ଆଜି ଜେଡ୍ ମୋଡ ସୁଡ଼ଙ୍ଗର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

ଆଜି ଜେଡ୍ ମୋଡ ସୁଡ଼ଙ୍ଗର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁଟକଡି ନାମକ ସ୍ଥାନରେ  ପ୍ରଧାନମନ୍ତ୍ରୀ ଜେଡ୍‌ ମୋଡ  ସୁଡ଼ଙ୍ଗର ଉଦ୍‌ଘାଟନ କରିବେ ।  ପ୍ରାୟ ୧୨ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ୨,୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି ।ଏଥିରେ ୬.୪ କିଲୋମିଟର ଲମ୍ବ ସୋନମର୍ଗ ମୁଖ୍ୟ ଟନେଲ୍, ଏକ ପ୍ରସ୍ଥାନ ସୁଡ଼ଙ୍ଗ ଏବଂ ପ୍ରବେଶ ପଥ ରହିଛି । ସମୁଦ୍ର ପତ୍ତନଠାରୁ ୮,୬୫୦ ଫୁଟରୁ ଅଧିକ ଉଚ୍ଚରେ ଥିବା ଏହି ପ୍ରକଳ୍ପ ଲେହ ରାସ୍ତାରେ ଶ୍ରୀନଗର ଏବଂ ସୋନମର୍ଗ ମଧ୍ୟରେ ସବୁ ସମୟରେ ସଂଯୋଗକୁ ବଢ଼ାଇବ । ଭୂସ୍ଖଳନ ଓ ହିମସ୍ଖଳନ ରାସ୍ତାରୁ ରକ୍ଷା କରିବା ସହିତ ଲଦାଖ ଅଞ୍ଚଳରେ ସୁରକ୍ଷିତ ପ୍ରବେଶ ସୁନିଶ୍ଚିତ କରିବ ।ଜେଡ୍‌ ମୋଡ  ସୁଡ଼ଙ୍ଗ କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ  ଶନିବାର ଦିନ ସୋସିଆଲ ମିଡିଆରେ  ଏକ ପୋଷ୍ଟ କରିଥିଲେ । ପୋଷ୍ଟରେ ମୋଦୀ ଳେଖିଥିଲେ  ମୁଁ ଏହି ସୁଡ଼ଙ୍ଗର ଉଦଘାଟନ ପାଇଁ ଜମ୍ମୁ ଏବଂ କାଶ୍ମୀରର ସୋନମାର୍ଗ ଗସ୍ତ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛି ।  ଏହାକୁ ଜେଡ  ମୋଡ ସୁଡ଼ଙ୍ଗ କହିବାର କାରଣ ଏହା ଦେଖିବାକୁ ପୁରା ଇଂରାଜୀ ଅକ୍ଷରର ଜେଡ୍‌ ଆକାରର । ଏହି ସୁଡ଼ଙ୍ଗ ନିର୍ମାଣ ପରେ ୧୨  କିଲୋମିଟର ଦୂରତା  କମି ଯାଇ ୬.୫  କିଲୋମିଟର ସିମିତ ହୋଇଛି । ଆଉ ଏହି ଦୂରତା କୁ ପୁରା କରିବା ପାଇଁ ମାତ୍ର ୧୫ ମିନିଟ୍‌ର  ସମୟ  ଲାଗିବ । ସୁଡ଼ଙ୍ଗ ଖୋଲିଲେ ସବୁଠାରୁ ଅଧିକା ଲାଭ ହେବ ଯେ ଶୀତ ଦିନେ  ଜିବା ଆସିବା ସମୟରେ ତୁଷାରପାତ ଯୋଗୁଁ ଘଣ୍ଟା ଘଣ୍ଟା ଆଉ  ହାଇୱେରେ ଅଟକି ରହିବାକୁ ପଡିବ ନାହିଁ ।  

Leave A Reply

Your email address will not be published.

1 × three =