ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ,ଶ୍ରଦ୍ଧାଳୁଙ୍କ ଲାଗି ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

 ତ୍ରିବେଣୀ ସଙ୍ଗମରେ ମହାକୁମ୍ଭ ସୋମବାରଠୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦିବ୍ୟ ଆସ୍ଥା ସ୍ଥଳିରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳ । ଏହି ମେଳା ଆସନ୍ତା ଦେଢ଼ ମାସ ଅର୍ଥାତ୍ ଫେବ୍ରୁଆରୀ ୨୬ ତାରିଖ ଯାଏଁ ଚାଲିବ । ଗତକାଲି ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଗଙ୍ଗାସାଗରରେ ପହଞ୍ଚିଥିଲେ । ୧୫ ତାରିଖ ସକାଳ ପର୍ଯ୍ୟନ୍ତ ମହେନ୍ଦ୍ର ବେଳାରେ ମକରବୁଡ଼ ଦେବାଲାଗି ଲକ୍ଷାଧିକ ଲୋକ ଗଙ୍ଗାସାଗରରେ ପହଞ୍ଚିଲେଣି। ମେଳାରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।ରାଜ୍ୟ ପୋଲିସ  ବିଭାଗ ପକ୍ଷରୁ ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରିଛି । ସହରକୁ ପ୍ରବେଶ କରୁଥିବା ସବୁ ବ୍ୟକ୍ତିଙ୍କ ଉପରେ ନଜର ରଖିବା ଲାଗି ଅନେକଗୁଡ଼ିଏ ଚେକ୍‌ ପଏଣ୍ଟ୍‌ ଖୋଲାଯାଇଛି । ବିଭିନ୍ନ ସ୍ଥାନରେ ପ୍ରାୟ ୨୭୦୦ ଏଆଇ ଦ୍ୱାରା ପରିଚାଳିତ କ୍ୟାମେରା ସେଟ୍ କରାଯାଇଛି । ସେହିପରି ଏନ୍‌ଡିଆରଏଫ୍‌ ଓ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ୍‌  ୟୁନିଟ୍‌ଗୁଡିକ ସହିତ ୧୦ ହଜାର ପୋଲିସକର୍ମୀ ସମାରୋହର ସୁରକ୍ଷାକୁ ସୁନିଶ୍ଚିତ  କରିବେ । ଏମାନଙ୍କ ସହିତ ଅର୍ଦ୍ଧସାମରିକ ବାହିନୀ, ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍‌ ବି ଉପସ୍ଥିତ ଅଛନ୍ତି । ସମ୍ଭାବ୍ୟ  ଆତଙ୍କୀ ହମ୍‌ଲାର ମୁକାବିଲା ଲାଗି ଏନ୍‌ଏସ୍‌ଜି,  ୟୁପି ଏଟିଏସ୍‌ ମୁତୟନ ହୋଇଛନ୍ତି । ଏଆଇ ଦ୍ୱାରା  ପରିଚାଳିତ ଡ୍ରୋନ୍‌ ଦ୍ୱାରା  ସମୁଦାୟ ଅଞ୍ଚଳ ଉପରେ  ନଜର ରଖାଯାଉଛି । ଗଙ୍ଗା ଓ ଯମୁନା ନଦୀ ତଟରେ ବିଶେଷ କରି ସଙ୍ଗମ  ଅଞ୍ଚଳରେ କୋଟି କୋଟି ଶ୍ରଦ୍ଧାଳୁଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର  ୱାଟର ପୋଲିସ ବ୍ୟବସ୍ଥା କରିଛନ୍ତି ।ଗଙ୍ଗାସାଗର ମେଳାରେ ଯୋଗଦେବା ଓ ସାଗର ଦ୍ୱୀପରେ ବୁଡ଼ ପକାଇବା ପାଇଁ ମୁଖ୍ୟତଃ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଓଡିଶା, ବିହାର, ଛତିଶଗଡ, ଗୁଜୁରାଟ ସମେତ ଭାରତ ତଥା ଆମେରିକା, ଫ୍ରାନ୍ସ, ଜାପାନରୁ ସର୍ବାଧିକ ଶ୍ରଦ୍ଧାଳୁ ଆସିଥାନ୍ତି ।

Leave A Reply

Your email address will not be published.

thirteen + eleven =