ପିଏମ୍ ମୋଦୀଙ୍କ ପ୍ରଥମ ପଡ୍‌କାଷ୍ଟ

ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ People by WTF seriesରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ମିଳିଛି। ୨ ଘଣ୍ଟାରୁ ଅଧିକ ସମୟ ଧରି ମୋଦି ପୋଡକାଷ୍ଟରେ ବସି ଅନେକ କଥା କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଜୀବନ ଏପରି ବିତିଛି ଯେ ପିଲା ଦିନର ବନ୍ଧୁଙ୍କ ସହ ସମ୍ପର୍କ ରହିପାରି ନାହିଁ । ନିଖିଲ କାମାଥଙ୍କ ସହ ପଡ୍‌କାଷ୍ଟରେ ପିଏମ୍ ମୋଦୀ କହିଛନ୍ତି, ‘ମୁଁ କମ ବୟସରେ ଘର ଛାଡ଼ିଥିଲି । ଏହି କାରଣରୁ ସ୍କୁଲ ସାଙ୍ଗ ସହ ସମ୍ପର୍କରେ ରହିପାରି ନାହିଁ । ମୋ ଜୀବନରେ ‘ତୁ’ ବୋଲି କହୁଥିବା ଏବେ କେହି ନାହାନ୍ତି ।’ ସେ କହିଛନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ ସ୍କୁଲ ସାଙ୍ଗଙ୍କ ସହ ବସି କଥା ହେବାକୁ ଇଚ୍ଛା କରିଥିଲି । ମୁଁ ଆମନ୍ତ୍ରଣ କରିଥିଲି ଏବଂ ୩୫ ଜଣ ଆସିଥିଲେ । କିନ୍ତୁ ସେମାନଙ୍କ ସହ କଥାବର୍ତ୍ତାରେ ବନ୍ଧୁତା ଦେଖାଗଲା ନାହିଁ । ମୋତେ ସେ ଖୁସି ମିଳିଲା ନାହିଁ । ଏହାର କାରଣ ଥିଲା, ମୁଁ ସେମାନଙ୍କ ଭିତରେ ସାଙ୍ଗ ଖୋଜୁଥିଲି, କିନ୍ତୁ ସେମାନଙ୍କୁ ମୋ ଭିତରେ ମୁଖ୍ୟମନ୍ତ୍ରୀ ନଜର ଆସୁଥିଲା । ପିଏମ୍ ମୋଦୀ କହିଛନ୍ତି ଯେ ଏହି ଦୂରତା ଶେଷ ହୋଇପାରିଲା ନାହିଁ ଏବଂ ମୁଁ ମୋ ଜୀବନରେ ‘ତୁ’ କହୁଥିବା ଜଣେ ବି କେହି ନାହାନ୍ତି ।ମୋଦି କହିଛନ୍ତି, “ଭୁଲ ହୁଏ। ମୁଁ ମଧ୍ୟ କିଛି ଭୁଲ କରିପାରେ। ମୁଁ ଜଣେ ମଣିଷ। ଭଗବାନ ନୁହେଁ।” ଜେରୋଧାର ସହ ପ୍ରତିଷ୍ଠା ନିଜର ଭାବନା ଓ ଭାଷା ଗତ ଜ୍ଞାନ ସମ୍ପର୍କରେ ପୋଡକାଷ୍ଟରେ ମତ ରଖିଛନ୍ତି। ସେ ଗୋଟିଏ ସମୟରେ ଥଟ୍ଟାମଜାରେ ନିଜର ‘ଖରାପ ହିନ୍ଦୀ’ କଥା କହିଛନ୍ତି।ନିଖିଲ କାମାଥଙ୍କ ସହ ପଡ୍‌କାଷ୍ଟରେ ପିଏମ୍ ମୋଦୀ ନିଜ ପିଲା ଦିନ କଥାକୁ ମନେ ପକାଇଛନ୍ତି । ସେ କହିଛନ୍ତି ଯେ ସ୍କୁଲରେ ସେ ଭଲ ଛାତ୍ର ନଥିଲେ, କିନ୍ତୁ ଜଣେ ଶିକ୍ଷକ ତାଙ୍କୁ ସବୁବେଳେ ତାଙ୍କୁ ପ୍ରୋତ୍ସାହିତ କରୁଥିଲେ । ପିଏମ୍ ମୋଦୀ କହିଛନ୍ତି ଯେ ଶିକ୍ଷକ ଜଣଙ୍କ ସବୁବେଳେ ତାଙ୍କର ଧ୍ୟାନ ରଖୁଥିଲେ । ରାଜନୀତିରେ ସଫଳତାର ପ୍ରଶ୍ନ ଉପରେ ପିଏମ୍ ମୋଦୀ କହିଛନ୍ତି ଯେ ଜରୁରି ଏହା ଯେ ଆମେ ଆମ୍ୱିସନ ନେଇ ନୁହେଁ ମିଶନ ନେଇ ଆସିବା ଦରକାର । ଆଜିର ରାଜନୀତିକୁ ନେଇ ଯଦି କହିବା ତେବେ ସେହି ହିସାବରେ ମହାତ୍ମା ଗାନ୍ଧୀଙ୍କ ସ୍ଥାନ କେଉଁଠି । ସେ ତ’ ପତଳା ଏବଂ ସାଧାରଣ ଥିଲେ । ତଥାପି ମହାନ ହେଲେ, କାରଣ ତାଙ୍କ ଜୀବନି କହୁଥିଲା । ପିଏମ୍ ମୋଦୀ କହିଛନ୍ତି ଯେ ଭାଷଣ କଳାଠାରୁ ସଂଚାର କଳା ଅଧିକ ଜରୁରି ।୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି। ମୋଦି କହିଛନ୍ତି, “ମୋ ପରିବାରର ସବୁ ସଦସ୍ୟଙ୍କ କପଡ଼ାକୁ ମୋତେ ସଫା କରିବାକୁ ପଡ଼େ। କାରଣ କପଡ଼ା ସଫା କରିବା ଦ୍ୱାରା ମୋତେ ପୋଖରୀକୁ ଯିବାକୁ ଅନୁମତି ମିଳୁଥିଲା।

Leave A Reply

Your email address will not be published.

five × 4 =