ଆସନ୍ତା ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ରନ୍ନଭଣ୍ଡାର ମରାମତି ସ୍ଥଗିତ 

ଭୁବନେଶ୍ୱର(ରାଜ୍ୟକାହାଣୀ)  ମକରସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି  ଆସନ୍ତା ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ  ରଖାଯାଇଛି । ଆସନ୍ତା ୧୬ ତାରିଖାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା  ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ  ହେବ ।ଏନେଇ ଶୁକ୍ରବାର ସୂଚନା ଦେଇଛି  ଶ୍ରୀମନ୍ଦିର କାର୍ଯ୍ୟାଳୟ । ଏଏସ୍‌ଆଇର ଜଣେ ଅଧିକାରୀଙ୍କ ସୂଚନା  ମୁତାବକ, ଭିତର ଓ ବାହାର ରତ୍ନଭଣ୍ଡାର (ଉଭୟର  ଭିତର ପାଶ୍ୱର୍) ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ  ଉପର ଆଡୁ ଚୁନ ଛଡ଼ା କାମ ସରିଛି । ଏବେ  ଭିତର ରତ୍ନଭଣ୍ଡାର ଭିତର ପାଶ୍ୱର୍ରେ ଖରାପ  ହୋଇଯାଇଥିବା ପଥରଗୁଡ଼ିକ କାଢ଼ି ନୂଆ ପଥର  ଲଗାଯାଉଛି । ପଥର-ପଥର ଭିତରେ ଥିବା ଜଏଣ୍ଟ  ସିଲିଂ (ଯୋଡ଼େଇ ପ୍ଲାଷ୍ଟର)କୁ ପରିଷ୍କାର କରାଯାଇ  ନୂଆ ଜଏଣ୍ଟ ସିଲିଂ କରାଯାଉଛି । 

ଏହି ଦୁଇ କାମ  ସରିବା ପରେ କେମିକାଲ ଟିମ୍‌ କେମିକାଲ ପ୍ରଲେପ  ଦେବା କାମ କରିବ । ପରେ ଚଟାଣରେ ରହିଥିବା ପ୍ଲାଷ୍ଟରକୁ ଛଡ଼ାଇ ଗ୍ରାନାଇଟ୍‌ ପଥର ପକାଯିବ ।

Leave A Reply

Your email address will not be published.

seven − two =