ଭୁବନେଶ୍ୱର(ରାଜ୍ୟକାହାଣୀ) ଖୋଲୁଛି ଠକେଇ ରାଣୀ ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କ ମୁଖା। ପ୍ରତିଦିନ ମିଳୁଛି ପୂଳା ପୂଳା ଫ୍ଲାଟ୍। ଯେଉଁ ଇମ୍ପୋର୍ଟେଡ୍ କମ୍ପାନୀ ଖୋଜିବ, ସେ ବ୍ରାଣ୍ଡର ଦାମୀ କାର ମିଳୁଛି। ତା’ସଙ୍ଗକୁ ହାଇପ୍ରୋଫାଇଲ ଲାଇଫ୍ ଷ୍ଟାଇଲ୍। ୫୦ ଲକ୍ଷ ଉଡ଼ାଇ ବାର୍ଥ ଡେ’ ସେଲିବ୍ରେସନ କରିଥିବାର ଭିଡିଓ ଏବେ ଭାଇରାଲ ହେଉଛି। ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ସମ୍ପତ୍ତି ୧୦୦ କୋଟି ଅତିକ୍ରମ କଲାଣି। ଯେଉଁଥିରେ ରହିଛି ଦାମୀ ପ୍ଲଟ୍, ନାମୀଦାମୀ କାର୍।ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ଉପରେ ଆୟକର ବିଭାଗ ଚଢ଼ାଉ କରିବା ସହ ପାଇଛି ୫୮ କୋଟି ଟଙ୍କାର ବେନାମୀ ସମ୍ପତ୍ତି, ଯେଉଁଥିରେ ୧୭ କୋଟି ଟଙ୍କାର ବେନାମୀ ସମ୍ପତ୍ତି ବିଲଡରଙ୍କ ପାଖରେ ରହିଛି। ଯାହାଙ୍କୁ ଆୟକର ବିଭାଗ ନୋଟିସ କରିସାରିଛି। ଏଣେ ଠକ୍ ଯୋଡି ସହ ଜଡ଼ିତ ନେତାଙ୍କୁ ଖୁବଶୀଘ୍ର ନୋଟିସ କରିବ ଆୟକର ବିଭାଗ।ସୂଚନାଯୋଗ୍ୟ, ଗୁରୁବାର ସକାଳେ ଦିନିକିଆ ରିମାଣ୍ଡ୍ରେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିକା ଓ ଅନୀଲ୍କୁ କମିସନରେଟ୍ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଆଣିଛି। ଆଜି ଦିନସାରା ସେମାନଙ୍କୁ ଘନଘନ ଜେରା କରାଯାଇଥିଲା। ପୁଲିସ ସେବାଭବନରୁ ଆରମ୍ଭ କରି ହଂସିକା ଓ ଅନୀଲ୍ଙ୍କ ଫ୍ଲାଟ୍ ପର୍ଯ୍ୟନ୍ତ ସେମାନଙ୍କୁ ନେଇ ପୁଲିସ ଟିମ୍ ଜେରା କରିଛି। ତେବେ ଆଉ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ ନକରିବାରୁ ଦୁହିଁଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଆସନ୍ତା ୧୩ ତାରିଖ ଦିନ ଉଭୟଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ସେଦିନ ପୁଲିସ କେସ୍ ଡାଏରୀ ମଧ୍ୟ ଦାଖଲ କରିବ ବୋଲି ସୂଚନା ମିଳିଛି।