ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନ,ସାମିଲ ହେବେ ରାଷ୍ଟ୍ରପତି

ଭୁବନେଶ୍ୱର(ରାଜ୍ୟକାହାଣୀ) ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନ । ଉଦଯାପନୀ ଦିବସର ମୁଖ୍ୟ ଅତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାରୋହରେ ପ୍ରବାସୀଙ୍କ ଅବଦାନ ସଂପର୍କରେ ଅଭିଭାଷଣ ରଖିବା ସହ ୨୭ଜଣ ପ୍ରବାସୀ ଭାରତୀୟଙ୍କୁ ପୁରସ୍କୃତ କରିବେ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା ସରିଛି । ଶୁକ୍ରବାର ୧୨ଟା ୫୫ ରେ ଜନତା ମଇଦାନ ଯିବେ। ସେଠାରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଭିନ୍ନ ଷ୍ଟଲରେ ପ୍ରର୍ଦଶିତ ହୋଇଥିବା କଳା, ସଂସ୍କୃତି, ବରପୁତ୍ରଙ୍କ ବୀରଗଥା, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆୟୋଜିତ ମଧ୍ୟାହ୍ନ ଭୋଜନରେ ଯୋଗ ଦେବେ। ଦିନ ୩ଟାରେ ଉଦଯାପନୀ ଉତ୍ସବରେ ଯୋଗ ଦେବେ। ସେଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ମାନ ପ୍ରଦାନ କରିବେ। ତାପରେ ସାଢ଼େ ୪ଟା ରେ ଜନତା ମଇଦାନରୁ ବାହାରି ସିଧା ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଯାତ୍ରା କରିବେ। ଏହାପରେ ସେ ନୂଆଦିଲ୍ଲୀ ଫେରିଯିବେ। ଗତକାଲି ସଂଧ୍ୟାରେ ରାଷ୍ଟ୍ରପତି ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ।

Leave A Reply

Your email address will not be published.

9 − one =