ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କଲା ପ୍ରେମିକ,ଲଜ୍ୟା ଯୋଗୁଁ ଆତ୍ମହତ୍ୟା କଲେ ଯୁବତୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ସୋଶାଲ ମିଡିଆରେ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍‌ କଲେ ପ୍ରେମିକ। ସମ୍ପର୍କୀୟା ମାଉସୀଙ୍କ ଘରେ ଝୁଲି ପଡ଼ିଲେ ପ୍ରେମିକା। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି |ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରେଶ୍ୱର ଥାନା ପୋଡାମରାଇ ଗ୍ରାମର ବିଷ୍ଣୁ ଚରଣ ସେଠୀଙ୍କ ଝିଅ ଇନ୍ଦୁମତୀ  ସ୍ଥାନୀୟ ଅଂଚଳରେ ଥିବା ଏକ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଏହି ସମୟରେ ଇନ୍ଦୁମତୀ ସ୍ଥାନୀୟ ନାହାଙ୍ଗ ପଞ୍ଚାୟତ ଡିହିଗୋପ ଗ୍ରାମର ଅଜୟ ସେଠୀଙ୍କ ପୁତ୍ର ଅନିଲଙ୍କୁ ଭଲ ପାଉଥିଲେ। ଏପରିକି ଦୁଇଜଣ ବହୁବାର ବିଭିନ୍ନ ସ୍ଥାନରେ ସାଥିହୋଇ ମିଳାମିଶା କରିଥିଲେ।ଏହି ସମୟରେ ପ୍ରେମିକାର ସରଳତାର ସୁଯୋଗ ନେଇ ପ୍ରେମିକ ଅନିଲ ତାର ଅନ୍ତରଙ୍ଗ ମୂହୁର୍ତର ଫଟୋକୁ ମୋବାଇଲ ଯୋଗେ ଉତ୍ତୋଳନ କରି ରଖିଥିଲେ। ଏପରିକି ଅନିଲ ବିଭିନ୍ନ ସମୟରେ ପ୍ରେମିକାକୁ ବ୍ଲାକ ମେଲ କରି ଆସୁଥିଲେ। ତାର କଥାରେ ରାଜି ନହେଲେ ପାଖରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିଦେବେ ବୋଲି ଧମକ ଚମକ ଦେଇ ଭୟଭୀତ କରି ଆସୁଥିଲେ। ଫଳରେ ପ୍ରେମିକା ବାଧ୍ୟ ହୋଇ ପ୍ରେମିକର ସମସ୍ତ କଥାରେ ରାଜି ହୋଇଯାଉଥିଲେ।ତେବେ ପରିସ୍ଥିତି ଅଣାୟତ ହେବାରୁ ଦୁହିଁଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଶେଷରେ ପ୍ରେମିକାର ପରିବାର ଜଗତସିଂହପୁର ଜିଲା ପାରାଦ୍ୱୀପ ଠାରେ ରହୁଥିବା ତାଙ୍କ ଭାଇଙ୍କ ନିକଟରେ ଯୁବତୀକୁ ଛାଡିଥିଲେ। ଏହି ସମୟରେ ପ୍ରେମିକ ପ୍ରତିହିଂସା ପରାୟଣ ହୋଇ ସାମାଜିକ ଗଣମାଧ୍ୟମରେ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫାଟୋକୁ ଭାଇରାଲ କରିଦେଇଥିଲେ।ସେହି ଫଟୋ ଘୁରି ଘୁରି ଆସି ତାଙ୍କ ପାଖରେ ପହଞ୍ଚିଥିଲା। ଯେଉଁ ଅପବାଦ ଓ ନିନ୍ଦା ସହିପାରିଲେ ନାହିଁ ଝିଅ ଇନ୍ଦୁମତୀ । ସେଥିପାଇଁ ନିଜ ସମ୍ପର୍କୀୟା ମାଉସୀଙ୍କ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.

5 × four =