ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ ଗଲେ ଦୁଇ ଯନ୍ତ୍ରୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ କଣ୍ଟାବାଞ୍ଜି ଇଲେକ୍ଟ୍ରି ଏସ୍‌ଡିଓ ଜଗନ୍ନାଥ ପତି ଓ ମୁରିବାହାଲ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଚିନ୍ମୟ ସାହୁଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଙ୍ଗିର ପୁଲିସ୍‌ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଉଭୟଙ୍କୁ ବିଦ୍ୟୁତ ବିଭାଗ ସସ୍‌ପେଣ୍ଡ କରିଥିବା ବେଳେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଟାଟା ପାୱାର ଗାଇଡ୍‌ଲାଇନ୍‌ ଜାରି କରିଛି।ବୁଧବାର ଟିଟିଲାଗଡ ଥାନା ଟିମନଭାଡି ଗାଁରେ ତଳେ ଝୁଲୁଥିବା ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨୨ ବର୍ଷୀୟ ଉଦ୍ଧବ ପୋଢଙ୍କ ମୃତ୍ୟୁ ଘଟିଥିଲା। ଆଉ ଜଣେ ଗୁରୁତର ହୋଇଥିଲେ। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ବିଦ୍ୟୁତ ବିଭାଗକୁ ଫୋନ କରିଥିଲେ। ହେଲେ ଅଫିସ୍‌ରେ କେହି ଫୋନ୍‌ ଉଠାଇ ନଥିଲେ। ଅଭିଯୋଗ ହେଉଛି ସେତେବେଳେ ଅଫିସ୍‌ରେ କୁଆଡେ କେହିନଥିଲେ। ଡ୍ୟୁଟି ସମୟରେ ଅଫିସ୍‌ର ସମସ୍ତ କର୍ମଚାରୀ ରାସ୍ତା ପାର୍ଶ୍ୱରେ ଭୋଜିଭାତ ମାତିଥିଲେ।ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ପ୍ରତିକ୍ରିୟା ଆଣିବା ପାଇଁ ଗଣମାଧ୍ୟମ ପ୍ରତିନିଧି ଅବିନାଶ ନନ୍ଦଙ୍କ ସମେତ ୩ ଜଣ ସାମ୍ବାଦିକ ବିଦ୍ୟୁତ୍‌ ବିଭାଗ ଅଫିସ୍‌ ଯାଇଥିଲେ। ମାତ୍ର ସେତେବେଳେ ଅଫିସ୍‌ରେ କେହି ନଥିଲେ। ତେଣୁ ଏମାନେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଭୋଜି କରୁଥିବା ସ୍ଥାନକୁ ଯାଇଥିଲା। ସେତେବେଳକୁ ମଦ ନିଶାରେ ଟୁଳୁଟୁଳୁ ହେଉଥିଲେ କଣ୍ଟାବାଂଜି ଇଲେକ୍ଟ୍ରିକାଲ ଏସ୍‌ଡିଓ ଜଗନ୍ନାତ ପତି ଓ ମୁରିବାହାଲ ବିଦ୍ୟୁତ ଯନ୍ତ୍ରୀ ଚିନ୍ମୟ ସାହୁ।

ସାମ୍ବାଦିକଙ୍କୁ ଦେଖୁ ଦେଖୁ ମାତାଲ ଅବସ୍ଥାରେ ଥିବା ଏସ୍‌ଡିଓ ଜଗନ୍ନାତ ପତି ତାତି ଯାଇଥିଲେ। ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ତା’ପରେ ସେ ଗଣମାଧ୍ୟମ ପ୍ରତିନିଧି ଅବିନାଶ ନନ୍ଦଙ୍କୁ ଆକ୍ରମଣ କରିଥିଲେ।ଆକ୍ରମଣର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହି ଘଟଣାକୁ ନେଇ ଟିଟିଲାଗଡ଼ ଥାନା ପୋଲିସ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ଉଭୟ ଯନ୍ତ୍ରୀଙ୍କୁ ଜେଲ ପଠାଇ ଦିଆଯାଇଥିବା ଜଣାପଡିଛି।

Leave A Reply

Your email address will not be published.

five − two =