ଭୁବନେଶ୍ୱର(ରାଜ୍ୟକାହାଣୀ) ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ ଜ୍ବାଇଁ ବୋଲି ପରିଚୟ ଦେଇ ଠକେଇ କରିଥିବା ହଂସିତା ଅଭିଲିପ୍ସାଙ୍କ ପ୍ରକୃତ ସ୍ଵାମୀ ସରୋଜଙ୍କ ଘରେ ଚଢାଉ ।ସ୍ପେଶାଲ୍ କ୍ରାଇମ୍ ୟୁନିଟ ଓ ଆୟକର ବିଭାଗ ମିଳିତ ଭାବେ ରେଡ୍ କରିଛନ୍ତି । ପଟିଆ ରଘୁନାଥପୁର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ରେଡ୍ ହୋଇଛି । ଉଭୟ ହଂସିତା ଓ ଅନୀଲ ମହାନ୍ତିଙ୍କୁ ଏହି ଫ୍ଲାଟକୁ ଅଣାଯାଇଛି । ଉଭୟଙ୍କୁ ଆଜି ଗୋଟିଏ ଦିନ ପାଇଁ ରିମାଣ୍ଡ ରେ ନେବାକୁ କୋର୍ଟ ଅନୁମତି ଦେଇଥିବା ବେଳେ ଅଧିକରୁ ଅଧିକ ତଥ୍ୟ ବାହାର କରିବାକୁ ଚେଷ୍ଟା କରୁଛି ସ୍ପେଶାଲ୍ କ୍ରାଇମ୍ ୟୁନିଟ । ସାମ୍ୱାଦିକଙ୍କୁ ଦେଖି କାନ୍ଦି ପକାଇଥିଲେ ହଂସିକା ଅଭିଲିପ୍ସା। ଛଳ ଛଳ ଆଖିରେ କହିଥିଲେ, ଆମକୁ ଫସାଇ ଦିଆଯାଇଛି। ମୁଁ ଜଣେ ନାରୀ ହୋଇଥିବା ସତ୍ତ୍ୱେ ମୋ’ ଚରିତ୍ରକୁ ସଂହାର କରାଯାଉଛି ବୋଲି ସେ କହିଥିଲେ। ଠିକ୍ ସେମିତି ଅନୀଲ୍ ମଧ୍ୟ ହଂସିକାଙ୍କ ପରି କହିଥିଲେ, ଆମକୁ ଫସାଇ ଦିଆଯାଇଛି। ତେବେ କିଏ ଓ କାହିଁକି ଫସାଇଥିଲେ, ସେ ନେଇ ହୋଇଥିବା ପ୍ରଶ୍ନର ଉତ୍ତର କିନ୍ତୁ ଉଭୟ ଦେଇନଥିଲେ।