ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଆଜି ୧୮ ତମ ପ୍ରବାସୀ ଭାରତୀୟ ଦିବସର ଦ୍ବିତୀୟ ଦିନ । ଆଉ ଦ୍ବିତୀୟ ଦିନରେ ଏହି ସମ୍ମେଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦ୍ଘାଟନ କରିଛନ୍ତି ମୋଦି । ଏହା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଭାରତୀୟ ଐତିହ୍ୟର ପଦଚିହ୍ନ ଧାରଣ କରିଛି। ରାଜ୍ୟର ଧଉଳି ଶାନ୍ତିସ୍ତୁପ ପ୍ରମାଣିତ କରିଥିଲା ଯେ, ତରବାରୀ ଦ୍ବାରା ହୃଦୟ ଜୟ ଅବା ଶାନ୍ତି ପ୍ରତିଷ୍ଠା କରାଯାଇପାରେ ନାହିଁ।ସେହିପରି ମୋଦି ଜଗନ୍ନାଥ ଏବଂ ଲିଙ୍ଗରାଜଙ୍କ କ୍ଷେତ୍ରକୁ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିଛନ୍ତି । ଏଥିସହିତ ସେମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଭାରତୀୟ ଯୁଆଡେ ଯାଆନ୍ତି ସେଠିକାର ନିୟମ ସହ ଯୋଡି ହୋଇଯାଆନ୍ତି ।  ଆଜି ବିଦେଶରେ ମୁଁ ଆପଣମାନଙ୍କୁ ନେଇ ଗର୍ବ ଅନୁଭବ କରେ  । ଏଥିପାଇଁ ଦେଶ ସବୁବେଳେ ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଗୁରୁତ୍ବାରୋପ କରୁଛି । ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମ ଦାୟିତ୍ବ । ପୁର୍ବରୁ ପ୍ରବାସୀମାନେ ସାହାର୍ଯ୍ୟ ପାଇଁ ଅନୁରୋଧ କରୁଥିଲେ । ଏବେ କିନ୍ତୁ ସମୟ ବଦଳିଛି । ଆମେ ପ୍ରବାସୀଙ୍କୁ ଗୁରୁତ୍ବ ଦେଉଛୁ  ବୋଲି କହିଛନ୍ତିି ମୋଦି ।ଭାରତୀୟ ପୃଥିବୀର ଯେଉଁଠାକୁ ଯାଆନ୍ତି, ସେଠାକାର ଉନ୍ନତି ପାଇଁ ପ୍ରୟାସ କରିଥାନ୍ତି। ପୃଥିବୀର ଯେଉଁଠି ରହିଲେ ମଧ୍ୟ ଭାରତୀୟଙ୍କ ହୃଦୟ ସବୁବେଳେ ଭାରତ ପାଇଁ ହିଁ ସ୍ପନ୍ଦିତ ‌ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.

three × four =