ଭୁବନେଶ୍ୱର(ରାଜ୍ୟକାହାଣୀ) ସମ୍ବଲପୁରର ବଜାରଘାଟରେ ଏପରି ଏକ ପୋଷ୍ଟର ମାରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୋଜୁଛି ଜିଲ୍ଲା ପୁଲିସ। ଏଥିସହ ଏ ସମ୍ପର୍କରେ କୌଣସି ସୂଚନା ଦେଇ ଅଭିଯୁକ୍ତଙ୍କୁ ଧରାଇଦେଲେ ପୁରସ୍କାର ରାଶି ସମ୍ପର୍କରେ ବି ଘୋଷଣା କରିଛି |ଏ ସମ୍ପର୍କରେ ସୂଚନା ଦେବା ଲାଗି ପୋଲିସ ପକ୍ଷରୁ ୮୯୨୬୯-୮୭୬୯୫ ଏବଂ ୮୯୨୬୯-୮୭୬୯୩ ନଂ ବିଶିଷ୍ଟ ଦୁଇଟି ମୋବାଇଲ୍ ନମ୍ବର ଜାରି କରାଯାଇଛି। ସୂଚନାଦାତାଙ୍କୁ ପୁରସ୍କାର ରାଶି ମିଳିବା ସହ ତାଙ୍କ ପରିଚୟ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନ ରଖାଯିବ ବୋଲି କହିଛି ପୁଲିସ୍। ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।ସୂଚନାମୁତାବକ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ଅଞ୍ଚଳର ମଣପୁରମ ଫାଇନାନ୍ସ ଲିମିଟେଡ଼ କମ୍ପାନୀରୁ ବଡ ଧରଣର ଚୋରି ହୋଇଥିଲା l ଦିନ ପ୍ରାୟ 10 ଟା ସମୟରେ 6 ରୁ 7 ଜଣ ହେଲମେଟ ପିନ୍ଧା ଡକାୟତ ଆସି ବନ୍ଧୁକ ମୁନରେ କମ୍ପାନୀର କର୍ମଚାରୀଙ୍କୁ ଧମକ ଦେଇ କୋଟି କୋଟି ଟଙ୍କାର ସୁନା ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଡକାୟତମାନେ ବନ୍ଧୁକ ବାହାର କରି ସମସ୍ତଙ୍କୁ ଧମକ ଦେବା ସହ ମାଡ଼ ମାରିଥିଲେ ଓ ଚୁପ ଚାପ ରହିବାକୁ କହିଥିଲେ l ଏହାପରେ ଆଉ 4 ଜଣ ଡକାୟତ ମୁଖା ଓ ହେଲମେଟ ପିନ୍ଧି ବନ୍ଧୁକ ଧରି ଅଫିସକୁ ପଶିଥିଲେ l ବନ୍ଧୁକ ଦେଖାଇ ଆସିସଷ୍ଟାଣ୍ଟ ବ୍ରାଞ୍ଚ ହେଡ଼ଙ୍କୁ ଲକର ଖୋଲିବାକୁ କହିଥିଲେ l ଡକାୟତମାନେ ଲକରରୁ ପ୍ରାୟ 29 କେଜି ସୁନା ଓ 4 ଲକ୍ଷ 81 ହଜାର ଟଙ୍କା ନେଇ 3 ଟି ବାଇକ ଯୋଗେ ସେଠାରୁ ଅଇଁଠାପାଲି ଜାତୀୟ ରାଜପଥ ଆଡ଼କୁ ଫେରାର ହୋଇଯାଇଥିଲେ l” ତେବେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଏହିଭଳି ରାସ୍ତା ବାଛିଛି |