ହଂସିତା-ଅନୀଲ ଗିରଫ ମାମଲା । ଦ୍ବିତୀୟ ଦିନରେ ବି ରେଡ୍‌ କରୁଛି ଆୟକର ବିଭାଗ

ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା-ଅନୀଲ ଗିରଫ ମାମଲା । ଦ୍ବିତୀୟ ଦିନରେ ଆୟକର ବିଭାଗର ଏକାଧିକ ସ୍ଥାନରେ ଚଢ଼ାଉ ଜାରି । ହଂସିତାଙ୍କ ସ୍ବାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଘରେ ଛାଲିଛି ରେଡ୍‌ । ମନୋଜଙ୍କ ବାଲିଗୁଡ଼ା ସ୍ଥିତ ଘରେ ରେଡ୍‌ କରୁଛି ଆୟକର ବିଭାଗ । ସେପଟେ ଭୁବନେଶ୍ବରରେ ଅନୀଲ ମହାନ୍ତିଙ୍କ ଘରେ ମଧ୍ୟ ଚାଲିଛି ରେଡ୍ ।ଗତକାଲି ଠକ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତିଙ୍କ ଘରେ ଆୟକର ଟିମ୍‌ ପକ୍ଷରୁ ଚଢାଉ ହୋଇଥିଲା । ଭୁବନେଶ୍ବର ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ୧୨ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ଟିମ୍‌ । ସେପଟେ ଚର୍ଚ୍ଚାରେ ରହିଛି ଅନୀଲ ମହାନ୍ତିଙ୍କ ପୋର୍ ସ କାର । ଦେଢ଼ କୋଟିରୁ ଅଧିକ ଟଙ୍କାରେ ମୂଲ୍ୟରେ କିଣାଯାଇଥିଲା କାର୍ । ତଦନ୍ତ ଯେତିକି ଆଗଉଛି, ବଣ୍ଟି-ବବଲିଙ୍କ ସଂପର୍କରେ ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ବାଇଁ ପରିଚୟ ଦେଇ ଲୋକଙ୍କୁ ଠକେଇ କରିଛନ୍ତି ହଂସିତା ଓ ଅନୀଲ । ଉଭୟଙ୍କ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି । ହଂସିତା ଓ ଅନୀଲଙ୍କ ସବୁ ଆକାଉଣ୍ଟର ତଥ୍ୟ RBIକୁ ମଗାଯାଇଛି । ୪ଟି ଟିମ ଗଠନ କରି ତଦନ୍ତ କରୁଛି କମିଶନରେଟ୍ ପୋଲିସ ।

Leave A Reply

Your email address will not be published.

2 + sixteen =