ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଜନତା ମଇଦାନରେ ଦିନ ୧୦ଟାରେ ସମ୍ମେଳନ ଆରମ୍ଭ ହେବ । ପ୍ରଥମେ ଯୁବ ପ୍ରବାସୀ ଭାରତୀୟ ଦିବସ ଉଦଘାଟିତ ହେବ । ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ୬୦ ଦେଶର ଅତିଥି । ଗୋଟିଏ ଛାତ ତଳେ ଏକାଠି ହେବେ ପ୍ରବାସୀ ଭାରତୀୟ । ସମ୍ମିଳନୀରେ ଯୋଗଦେବାକୁ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପ୍ରବାସୀ ଭାରତୀୟ । ସପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ଏବଂ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି । ଅନେକ ପ୍ରବାସୀ ଭାରତୀୟ ପ୍ରଥମ ଥର ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ ଆନନ୍ଦ ଲାଭ କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ ଓଡିଶାରେ ଆୟୋଜିତ ହୋଇଥିବା ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରବାସୀ ଭାରତୀୟ । ଓଡିଶାକୁ ଆସି ଓଡିଶା ପରମ୍ପରା ଏବଂ ଓଡିଶାର କଳାକୃତିକୁ ପ୍ରଶଂସା କରିଛନ୍ତି । ଶ୍ରୀମନ୍ଦିର ଆସିଥିବା ପ୍ରବାସୀ ଭାରତୀୟଙ୍କୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଉଛି । ଅନ୍ୟପଟେ ଯୁବ ପ୍ରବାସୀ ଭାରତୀୟ ଦିବସ ପରେ ଆରମ୍ଭ ହେବ ପୂର୍ଣ୍ଣାଙ୍ଗ ଅଧିବେଶନ । ପ୍ରଥମ ଦିନ ‘ଦରିଆପାରି: ବୈଶ୍ବିକ ପୃଥିବୀରେ ପ୍ରବାସୀ-ଯୁବ ଭାରତୀୟଙ୍କ ନେତୃତ୍ବ’ ଶୀର୍ଷକରେ ଆଲୋଚନା ହେବ । ଫ୍ଲପକାର୍ଡ ସହ ପ୍ରତିଷ୍ଠାତା ବିନି ବଂଶଲ ଏହାକୁ ସଂଯୋଜନା କରିବେ । ଏହା ପରେ ଓଡ଼ିଶାରେ ନିବେଶ ସୁଯୋଗ ନେଇ ପ୍ରବାସୀ ନିବେଶକଙ୍କ ସହ ସ୍ବତନ୍ତ୍ର ଆଲୋଚନା ହେବ । ଅପରାହ୍‌ଣରେ ଓଡ଼ିଶାର ପର୍ଯ୍ୟଟନ ଓ ବିକଶିତ ଓଡ଼ିଶା ଗଠନ ନେଇ ଦୁଇଟି ଅଧିବେଶନରେ ଚର୍ଚ୍ଚା ହେବ । ରାଜ୍ୟର ଭବିଷ୍ୟତ ଯୋଜନା ଓ ପ୍ରବାସୀଙ୍କ ସହଯୋଗ ସମ୍ପର୍କରେ ଆଲୋଚନା କରାଯିବ । ସଂଧ୍ୟା ୭ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । 

Leave A Reply

Your email address will not be published.

sixteen − 4 =