ସଫଳ ହେଲା ଭାରତର ସ୍ପେଡେକ୍ସ ମିଶନ

ଇତିହାସ ରଚିଛି ଇସ୍ରୋ । ଯାହା କେବଳ ଚୀନ୍, ଆମେରିକା ଓ ରୁଷ କରିପାରିଥିଲେ ତାହା ଭାରତ କରି ଦେଖାଇଛି। ଏହାକୁ କୁହାଯାଉଛି ସ୍ପେଡେକ୍ସ ମିଶନ ।ଇସ୍ରୋ ସଫଳତାର ସହିତ ଏହାର ଉଚ୍ଚାଭିଳାଷୀ ମିଶନ PSLV-C60 SpaDeX ଆରମ୍ଭ କରିଛି। ଏହି ମିଶନ ସହିତ ଭାରତ ଦେଶମାନଙ୍କର ସିଲେକ୍ଟ କ୍ଲବରେ ଯୋଗ ଦେଇଛି, ଯେଉଁମାନେ ସ୍ପେସ ଡକିଂ ଟେକ୍ନୋଲୋଜିରେ ଦକ୍ଷତା ହାସଲ କରିଛନ୍ତି। ଇସ୍ରୋ କହିଛି ଯେ PSLV-C60 ସଫଳତାର ସହ ସ୍ପାଡେକ୍ସ ଏବଂ 24 ପେଲୋଡ ଲଞ୍ଚ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ସ୍ପାଡେକ୍ସ ଏବଂ ନୂତନ ପେଲୋଡ ସହିତ PSLV-C60 ଲଞ୍ଚ କରାଯାଇଛି।ଇସ୍ରୋର ଏହି ଅଭିଯାନ ସଫଳ ହେବା ପରେ ମହାକାଶରେ ଏଭଳି ଦକ୍ଷ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ଦେଶ ହୋଇଛି । ମିଶନର ଲକ୍ଷ୍ୟ ମହାକାଶରେ ଦୁଇଟି ସାଟେଲାଇଟ୍‌କୁ ପରସ୍ପର ସହ ଯୋଡିବ ।

ମହାକାଶ ବିଜ୍ଞାନ ଭାଷାରେ ଏହାକୁ ଡକିଂ ଓ ଅନ୍‌ଡକିଂ କୁହାଯାଏ। ମିଶନର ଟାର୍ଗେଟ୍ ହାସଲ କରିବା ପାଇଁ ଅନେକ ରକେଟ୍ ଲଞ୍ଚ ଆବଶ୍ୟକ ବେଳେ ଡକିଂ ଟେକ୍‌ନିକ୍ ଜରୁରୀ। ଡକିଂ ସିଷ୍ଟମ୍ ଦୁଇ ସାଟେଲାଇଟ୍ ମହାକାଶରେ ଯୋଡ଼ି ନୂଆ ଢାଞ୍ଚା ବନାଇବାର ପ୍ରକ୍ରିୟା। ସ୍ପେଡେକ୍ସ ମିଶନରେ ଏସ୍‌ଡିଏକ୍ସ୦୧ ଚେଜର ଓ ଏସ୍‌ଡିଏକ୍ସ୦୨ ଟାର୍ଗେଟ୍‌କୁ ମହାକାଶରେ ଯୋଡିବ । ଏଥିରେ ହାଇ ରିଜୋଲ୍ୟୁସନ୍ କ୍ୟାମେରା ସହ ଅନେକ ଉପକରଣ ରହିଛି।

Leave A Reply

Your email address will not be published.

eighteen − six =