ଜାନୁୟାରୀ ୧ ତାରିଖରୁ ଦେଶରେ ବଦଳିବାକୁ ଯାଉଛି ୟୁପିଆଇ ନିୟମ

୨୦୨୫ ଆସିବା ପୂର୍ବରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବର୍ଷ ବଦଳିବା ସହ ବଦଳିଯିବ ଅନେକ ନିୟମ ।  ଯାହା ଭିତରେ ୟୁପିଆଇ ନିୟମ ମଧ୍ୟ ସାମିଲ ଅଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ତରଫରୁ ୟୁପିଆଇ ନିୟମରେ ପରିବର୍ତ୍ତନ ହେବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ୟୁପିଆଇ ୧୨୩ ପେ’ ଟ୍ରାନଜାକ୍ସନ ଲିମିଟରେ ପରିବର୍ତ୍ତନ କରାଯିବ । ଯେଉଁଥିରେ ଲୋକମାନେ ୟୁପିଆଇ ୧୨୩ ପେ’କୁ ବ୍ୟବହାର କରି ୫ ହଜାର ଜାଗାରେ ୧୦ ହଜାର ଟଙ୍କାର କାରବାର କରିପାରିବେ । ଅନ୍ୟପଟେ ୧ ଜାନୁଆରୀ ୨୦୨୫ରେ ହେବାକୁ ଥିବା ଶେଷ ପରିବର୍ତ୍ତନ ଚାଷୀଙ୍କ ସହ ଜଡିତ । ବର୍ଷର ପ୍ରଥମ ଦିନରେ ଆରବିଆଇ ଦ୍ୱାରା ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ ୨ ଲକ୍ଷ ଟଙ୍କା ଯାଏଁ ଲୋନ ମିଳିବ । ଗତ ଦିନରେ ଆରବିଆଇ ଚାଷୀଙ୍କ ପାଇଁ ବିନା ଗ୍ୟାରେଣ୍ଟିର ଲୋନରେ ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ଯାହା ଫଳରେ ଏବେ ଚାଷୀଙ୍କୁ ୧ ଲକ୍ଷ ୬୦ ହଜାର ନୁହେଁ ବରଂ ୨ ଲକ୍ଷ ଟଙ୍କାର ଲୋନ ପ୍ରଦାନ କରାଯିବ ।

Leave A Reply

Your email address will not be published.

eighteen + twelve =