ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଆସିଛି ଏକ ବଡ ଖବର । ଏଠାରେ ଅଡ଼ବା, ଚାନ୍ଦିପୁଟ, ଲୁହାଗୁଡ଼ି ଓ ତପ୍ତପାଣି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଅପରାହ୍ନ ପ୍ରାୟ ୧ଟାରେ ଗଜପତି ଜିଲା ମୋହନାଠାରେ ହଠାତ୍ କିଛି ଶବ୍ଦ ହେବାରୁ ଲୋକମାନେ ଘର ବାହାରକୁ ଆସି ଦେଖିବା ବେଳେ ଜଣାପଡ଼ିଥିଲା ଯେ, ଭୂକମ୍ପ ହୋଇଛି। ପ୍ରାୟ ୨ ସେକେଣ୍ଡ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନାରୁ ଜଣାପଡ଼ିଛି।ଭୂମିକମ୍ପ ଝଟକା ପରେ ଲୋକେ ଭୟଭୀତ ହୋଇ ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଜଣାପଡିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ବର୍ଷା ପରେ ଏପରି ଭୂମି ଥରିଥିବାରୁ ଲୋକେ ଖୁବ୍ ଡରିଯାଇଛନ୍ତି।