ଏହାପରେ ସେ ଦେଶର ଅର୍ଥ ମନ୍ତ୍ରୀ ସହ ଦୁଇ ଥର ପ୍ରଧାନମନ୍ତ୍ରୀ ଆସନ ବି ଅଳକୃତ କରି ସାରିଛନ୍ତି। ଏତେ କ୍ଷମତାରେ ଥାଇ ବି ମନମୋହନଙ୍କ ମୋଟ ସମ୍ପତ୍ତି କେତେ ଶୁଣିଲେ ଆପଣ ଚକିତ ହୋଇଯିବେ।କାରଣ ମନମୋହନଙ୍କ ନାମରେ କୌଣସି ଗାଡ଼ି ନ ଥିବା ବେଳେ ଅଳଙ୍କାର ବି କିଛି ନ ଥିଲା। ଏଥିସହ ନିଜ ନାମରେ କିଛି ଜମିବାଡ଼ି ବି ମନମୋହନ କିଣି ନ ଥିବା ଜଣାଯାଇଛି ।୨୦୧୯ ମସିହାରେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ମନମୋହନ । ସେତେବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୫.୭୭ କୋଟି ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ସବୁଠୁ ରୋଚକ କଥା ହେଉଛି ପୂର୍ବତନ ଅର୍ଥ ମନ୍ତ୍ରୀଙ୍କ ମୁଣ୍ଡ ଉପରେ ଗୋଟିଏ ବି ଟଙ୍କାର କରଜ ନାହିଁ। ଏଥିସହ ତାଙ୍କ ନାମରେ କାର୍ କି ଜୁଏଲାରୀ ବି ନାହିଁ । ତାଙ୍କର ଅଧିକାଂଶ ସମ୍ପତ୍ତି ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଛି। ଉଭୟ ମନମୋହନ ଓ ତାଙ୍କ ପତ୍ନୀଙ୍କ ନାମରେ ୭ କୋଟି ଟଙ୍କା ଜମା ଥିବା ଜଣାଯାଇଛି।