ଆଉ ପିନ୍ଧିବି ନାହିଁ ଜୋତା,ବିଜେପି ରାଜ୍ୟ ସଭାପତିଙ୍କ ଘୋଷଣା

ଗୁରୁବାର କୋଏମ୍ବାଟୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଅନ୍ନାମଲାଇ ଜୋତା ଖୋଲି ଦେଇ କହିଛନ୍ତି ଯେ ଆସନ୍ତାକାଲିଠୁ ସେ ଆନ୍ନା ୟୁନିଭର୍ସିଟିର ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ସରକାରଙ୍କ ଆଭିମୁଖ୍ୟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବେ।ଆନ୍ନାମଲାଇ କହିଛନ୍ତି, ଆସନ୍ତାକାଲିଠୁ ମୁଁ ନିଜ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ କରିବି ଏବଂ ନିଜକୁ ଛଅ ଥର ପିଟିବି। କାଲିଠୁ ୪୮ ଦିନ ପର୍ଯ୍ୟନ୍ତ ଉପବାସ କରିବି ଓ ଛଅ ବାହୁ ବିଶିଷ୍ଟ ମୁରୁଗନଙ୍କୁ ଅପିଲ୍ କରିବି। ଏହା ସହିତ ବିଜେପିର ପ୍ରତିଟି ସଦସ୍ୟ ନିଜ ଘର ସାମ୍ନାରେ  ବିରୋଧ ପ୍ରଦର୍ଶନ କରିବେ। ଯେ ପର୍ଯ୍ୟନ୍ତ ଡିଏମକେ କ୍ଷମତାରୁ ନ ବାହାରିଛି ସେ ପର୍ଯ୍ୟନ୍ତ ଚପଲ-ଜୋତା  ପିନ୍ଧିବି ନାହିଁ। ଏହି ଦଳର ଏବେ ଅନ୍ତ ଘଟିବା ଉଚିତ୍। ସେ କହିଛନ୍ତି, ସବୁଥର ପରି ଆମେ ନିର୍ବାଚନରେ ଜିତିବା ପାଇଁ ଟଙ୍କା ଦେବୁ ନାହିଁ। ଟଙ୍କା ବଣ୍ଟନ ନକରି ଆମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ। ସୂଚନାଯୋଗ୍ୟ, ଚେନ୍ନାଇ ସ୍ଥିତ ଆନ୍ନା ବିଶ୍ଵ ବିଦ୍ୟାଳୟ ପରିସରରେ ଜଣେ ଛାତ୍ରୀଙ୍କୁ  ଯୌନ ଉତ୍ପୀଡ଼ନ ମାମଲା ସାମ୍ନାକୁ ଆସିଥିଲା। ଏହି ଘଟଣା ଡିସେମ୍ବର ୨୩ରେ ଘଟିଥିବା କୁହାଯାଉଛି। ଏହି ଘଟଣା ତେବେ ଘଟିଲା ଯେତେବେଳେ ଛାତ୍ରୀଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଥିଲେ। ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଘଟଣା ଏବେ ରାଜ୍ୟରେ ରାଜନୈତିକ ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.

ten + seventeen =