‘ଚଳିତ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ’ -ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର(ରାଜ୍ୟକାହାଣୀ) କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆରମ୍ଭ ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନ । ଏହି ଅଧିବେଶନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ଉପରେ ମୁଖ୍ୟମନ୍ତ୍ରୀ ବଡ଼ ସଂକେତ ଦେଇଛନ୍ତି।  ‘ଛାତ୍ର ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ର ସଂସଦ ନିର୍ବାଚନ କେବେ ବନ୍ଦ ହେବ ନାହିଁ। ୨୦୧୮ରୁ ରାଜ୍ୟରେ ବନ୍ଧ ଥିଲା ଛାତ୍ର ସଂସଦ ନିର୍ବାଚନ । ରାଷ୍ଟ୍ର ପୁନଃ ନିର୍ମାଣ ପାଇଁ ଛାତ୍ରଛାତ୍ରୀମାନେ ଏକାଠି ହୁଅନ୍ତି।  ବିକଶିତ ଓଡ଼ିଶା ଗଠନ ପାଇଁ ଯୁବ ଶକ୍ତି ସଂଗଠିତ ହୁଅନ୍ତୁ। ଏଥି ସହିତ ୨୦୩୬ ପାଇଁ ପ୍ରସ୍ତାବ ଲୋଡିଲେ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.

five × 3 =