ଢେଙ୍କାନାଳ ଜିଲ୍ଲାରେ ଗତ ୩ ବର୍ଷରେ ଦୁଇ ଗୁଣା ବଢିଛି କଲରାପତରିଆ ବାଘ ସଂଖ୍ୟା। 

ଢେଙ୍କାନାଳ (ରାଜ୍ୟକାହାଣୀ) ବାଘ ବଂଶ ବୃଦ୍ଧିରେ ପ୍ରତିବନ୍ଧକ ସାଜିଛନ୍ତି ଶିକାରୀ। କେତେବେଳେ କରେଣ୍ଟ ତ କେତେବେଳେ ତାର ଜାଲରେ ଫଶୁଛନ୍ତି। ଢେଙ୍କାନାଳ ବନଖଣ୍ଡରେ ଶିକାରୀଙ୍କ ଉତ୍ପାତ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତ ୩ ବର୍ଷରେ ଦୁଇ ଗୁଣା ବଢିଛି କଲରାପତରିଆ ସଂଖ୍ୟା।  ୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର। ତେବେ ନିକଟରେ ଢେଙ୍କାନାଳ-କେନ୍ଦୁଝର ସୀମାନ୍ତ ମହାବିରୋଡ ରେଞ୍ଜରେ ଶିକାରୀଙ୍କ ତାର ଜାଲରେ ପଡିଥିବା ଏକ କଲରାପତରିଆ ବାଘକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।ବନବିଭାଗ ପକ୍ଷରୁ ବାଘଙ୍କ ସୁରକ୍ଷା ପାଇଁ ସଠିକ ପାଟ୍ରୋଲିଂ ପ୍ରୋଟେକ୍ସନ ଦିଆଯାଉ ନଥିବାରୁ ବାଘ ବଂଶ ବିପଦରେ ବୋଲି କହିଛନ୍ତି ପରିବେଶବିତ୍ ।

Leave A Reply

Your email address will not be published.

1 − 1 =