ଶୀତଦିନେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଉପାୟ 

ଭୁବନେଶ୍ୱର(ରାଜ୍ୟକାହାଣୀ) ଆଣ୍ଠୁଗଣ୍ଠି ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶୀତଦିନ ବେଶ୍‌ କଷ୍ଟଦାୟକ ହୋଇଥାଏ। ପ୍ରବଳ ଥଣ୍ଡା ଯୋଗୁ ଆଣ୍ଠୁଗଣ୍ଠି ବିନ୍ଧା ଅଧିକ ପରିମାଣରେ ହୋଇଥାଏ। ତେଣୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।ଶୀତଦିନେ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଖାସ୍‌ କରି ମଧୁମେହ ଓ ହୃଦ୍‌ରୋଗୀଙ୍କୁ ଏହି ଋତୁରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଉଚିତ। ଶୀତଦିନେ ଅଧିକ ତୈଳାକ୍ତ ବା ମିଠା ଦ୍ରବ୍ୟ ନ ଖାଇ ଯେତେ ପାରୁଛନ୍ତି ସେତେ ଅଧିକ ପୁଷ୍ଟିିକର ଖାଦ୍ୟ ଗ୍ରହଣ କରନ୍ତୁ।ଆଣ୍ଠୁଗଣ୍ଠି ସମସ୍ୟରେ ପୀଡିତ ବ୍ୟକ୍ତି ଶୀତଦିନେ ଅଧିକ ମାତ୍ରାରେ ଗୁଆଘିଅ ଖାଆନ୍ତୁ।ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ।ଭୋଜନରେ ଋତୁକାଳୀନ ଫଳ ଓ ପରିବା ଯଥା- ଅମୃତଭଣ୍ଡା, ଗାଜର, ଟମାଟୋ, ପାଳଙ୍ଗ ଆଦି ସାମିଲ କରନ୍ତୁ। ଏହା ଆପଣଙ୍କ ହାଡ଼କୁ ମଜଭୁତ କରିବା ସହ ଯନ୍ତ୍ରଣାରୁ ମୁକ୍ତି ଦେବ।

Leave A Reply

Your email address will not be published.

two × 5 =