ଭୁବନେଶ୍ୱର(ରାଜ୍ୟକାହାଣୀ) ପାଖେଇ ଆସୁଛି ନୂଆ ବର୍ଷ। ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ । ରାସନ ମିଳିବାରେ ଆଉ ହେବନି ଅନିୟମିତତା। ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ହିତାଧିକାରୀଙ୍କ ପାଖରେ ପ୍ରତି ମାସରେ ରାସନ ଚାଉଳ ପହଞ୍ଚାଇ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ଜାନୁଆରୀ ମାସରୁ ଲାଗୁ ହେବ ଏହି ନୂଆ ନିୟମ। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ୩ ମାସରେ ଥରେ ଚାଉଳ ଦେବା ଫଳରେ ଡିଲର ପାଖରେ ଅଧିକ ଚାଉଳ ମହଜୁଦ୍ ରହୁଥିଲା। ତେଣୁ ହେରଫେରର ଆଶଙ୍କା ଥିଲା । ଏଭଳି ନିଷ୍ପତ୍ତି ପରେ ଡିଲର ସ୍ତରରେ ହେରଫେର ବନ୍ଦ ହେବା ସହ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ଆଶା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ପ୍ରତିମାସରେ ରାସନ ମିଳିବା ଖବର ପାଇ ହିତାଧିକାରୀ ବେଶ୍ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି।