ନିଯୁକ୍ତ ହେବେ ୬ ହଜାର ଶିକ୍ଷକ, ହାଇକୋର୍ଟରେ ଜୁନିୟର ଟିଚର ନିଯୁକ୍ତି ମାମଲା

ଭୁବନେଶ୍ୱର(ରାଜ୍ୟକାହାଣୀ)  ହାଇକୋର୍ଟରେ ଜୁନିୟର ଟିଚର ନିଯୁକ୍ତି ମାମଲା ।  ଖାଲି ପଡିଥିବା ୬ ହଜାର ଶିକ୍ଷକ ପଦଵୀରେ ଖୁବଶୀଘ୍ର ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।  ମେରିଟ ଆଧାରରେ ତୁରନ୍ତ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର କରିଥିଲେ ବିଜ୍ଞପ୍ତି । ପରୀକ୍ଷା ପରେ ୧୬ ହଜାର ଚୂଡାନ୍ତ ତାଲିକା କରିଥିଲେ ସରକାର ।  ସେଥିମଧ୍ୟରୁ ପ୍ରାୟ ୨ ହଜାର ଶିକ୍ଷକ ଯୋଗ ଦେଇ ନଥିଲେ ।  ସେହି ବିଜ୍ଞପ୍ତି ଅନୁଯାୟୀ ଖାଲି ଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ।

Leave A Reply

Your email address will not be published.

eighteen − 5 =