ଭୁବନେଶ୍ୱର(ରାଜ୍ୟକାହାଣୀ) ଡିସେମ୍ବର ୨୧ ଶନିବାର ଅର୍ଥାତ ଆଜି ପ୍ରଥମ ଥର ପାଇଁ ବିଶ୍ୱ ଧ୍ୟାନ ଦିବସ ପାଳନ ହେଉଛି । ବିଶ୍ୱରେ ଦେଶରେ ସୁସ୍ଥତା, ଶାନ୍ତି ଏବଂ ଉତ୍ତମ ମାନସିକତାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ବିଶ୍ୱସ୍ତରୀୟ ପଦକ୍ଷେପ। ସୁସ୍ଥ ଶରୀର ପାଇଁ ଦୈନନ୍ଦିନ ଜୀବନ ସହିତ ଧ୍ୟାନକୁ ଯୋଡ଼ିଦେଲେ ମଣିଷ ୧୦୦ ବର୍ଷ ଯାଏଁ ବିନା ଔଷଧରେ ମଧ୍ୟ ବଞ୍ଚିପାରିବ।ଯୋଗ, ପ୍ରାଣାୟାମ ଏବଂ ଧ୍ୟାନ । ଚଳିତ ମାସ ପ୍ରାରମ୍ଭରେ ଜାତିସଂଘ ସାଧାରଣ ସଭାରେ ସର୍ବସମ୍ମତି କ୍ରମେ ଭାରତର ମିଳିତ ଆନୁକୂଲ୍ୟରେ ଡିସେମ୍ବର ୨୧ ତାରିଖକୁ ବିଶ୍ୱ ଧ୍ୟାନ ଦିବସ ଭାବେ ଘୋଷଣା କରିବାକୁ ସଂକଳ୍ପ ଗୃହୀତ ହୋଇଥିଲା।