ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଉଲଗ୍ନ କରି ନିର୍ଧୂମ ପିଟିବା ସହ ଲୁହା ରଡ୍ରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ବର୍ବରତାର ସବୁ ସୀମା ସରହଦ ଟପି ଯାଇଛନ୍ତି ନରରୂପୀ ରାକ୍ଷସମାନେ। ଏତେ ନିର୍ଯାତନା ଦେବା ପରେ ମନ ବୁଝିଲାନି ଯେ, ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଛନ୍ତି। ଏପରି ଏକ ଅମାନୁଷିକ ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଗଡ଼ରେ।ପୀଡ଼ିତା କରିଥିବା ଅଭିଯୋଗ ଅନୁଯାୟୀ, ଘର ପାଖର ଜଣେ ଯୁବକ ଥରେ କିଛି ଜିନିଷ ମାଗିବାକୁ ଆସିଥିଲେ। ତାହାକୁ ଆଣିବାକୁ ଯାଇଥିବା ବେଳେ ଉକ୍ତ ଯୁବକଜଣକ ଘର ଭିତରେ ପଶି ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ଉକ୍ତ ସମୟରେ ନଣନ୍ଦ ପଶି ଆସିବାରୁ ଯୁବକଜଣକ ଫେରାର ହୋଇଯାଇଥିଲେ।ପୀଡ଼ିତା କହିଛନ୍ତି ଏହି କଥାକୁ ନେଇ ଶାଶୁ, ନଣନ୍ଦ, ସ୍ବାମୀ ଏବଂ ଶ୍ୱଶୁର ମୋତେ ଦାୟୀ କରି ନିର୍ଯାତନା ଦେଇଛନ୍ତି। ସେ ଚେତାଶୂନ୍ୟ ହୋଇପଡ଼ିଥିଲେ ବୋଲି ପୀଡ଼ିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।ଘଟଣାର ପରଦିନ ମଧ୍ୟ ଶାଶୁଘର ଲୋକେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ।ତାଙ୍କୁ ଉଲଗ୍ନ କରି ପିଟିବା ସହ ଶାଶୁ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଲୁହା ରଡ୍ରେ ଚେଙ୍କ ଦେଇ ଲଙ୍କାଗୁଣ୍ଡ ଲଗାଇ ଦେଇଥିଲେ। ଏହି ଘଟଣା ଡିସେମ୍ବର ୧୩ରେ ଘଟିଥିଲା। ଯାହା ଏବେ ସାମ୍ନାକୁ ଆସିଛି। ଘଟଣା ପରଦିନ ସ୍ବାମୀ ଏବଂ ଶ୍ୱଶୁର ପୀଡ଼ିତାଙ୍କୁ ବାଇକ୍ରେ ନେଇ ଥାନା ନିକଟରେ ଛାଡ଼ି ଦେଇଥିବା ଜଣାଯାଇଛି।