ନୂଆବର୍ଷରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା !

ଭୁବନେଶ୍ୱର(ରାଜ୍ୟକାହାଣୀ) ନୂଆବର୍ଷରେ ମିଳିପାରେ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ନୂଆବର୍ଷରେ ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ।  ଏନେଇ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ୨୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ମିଳିବ। ଏଥିପାଇଁ ପ୍ରସ୍ତୁତି ଚାଲିଛି । ସମସ୍ତଙ୍କୁ ସୁଯୋଗ ଦିଆଯିବ। ଭେରିଫିକେସନରେ  ଡେରି ହେଉଛି। ଆମେ ଡିସେମ୍ବର ୩୦ ତାରିଖ ଟାର୍ଗେଟ ରଖିଛୁ । ସବୁ ଭେରିଫିକେସନ୍ ଯଦି ସରିଲା ତେବେ ଜାନୁଆରୀରେ ମିଳିବ ଆଶା ଅଛି ବୋଲି ପ୍ରଭାତୀ ପରିଡା କହିଛନ୍ତି ।ମାଲକାନଗିରି ଗସ୍ତରୁ ଫେରି ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବଣ୍ଡାଘାଟି ଅପହଞ୍ଚ ଥିଲା, ମୁଁ କହିଥିଲି ବଣ୍ଡାଘାଟି ଯିବି । ସେଠି ୧୨ ହଜାରରୁ ଉର୍ଦ୍ଧ୍ବ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ୯ ହଜାର ମହିଳା ପ୍ରଥମ କିସ୍ତି ପାଇଛନ୍ତି । ତିନି ହଜାର ମହିଳା ଏଯାଏଁ ଟଙ୍କା ପାଇନାହାନ୍ତି । ଯେଉଁ ପ୍ରତିବନ୍ଧକ ଥିଲା ତାର ସମାଧାନ ହୋଇଛି । ପାନୀୟ ଜଳ ସମସ୍ୟା, ସ୍କୁଲ ସମସ୍ୟା, ଇଣ୍ଟରନେଟ୍ ସମସ୍ୟା ସବୁ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

19 − 8 =