ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ୩ ଭାରତୀୟ

ବିଶ୍ବର ପ୍ରଭାବଶାଳୀ ମହିଳାଙ୍କ ଭିତରେ ଭାରତର ଦବଦବା । ୩ ମହିଳା ଲେଖିଲେ ସ୍ବର୍ଣ୍ଣିମ ଅକ୍ଷରରେ ନାଁ । ଫୋର୍ବସ୍ ୨୦୨୪ ବର୍ଷ ପାଇଁ ଦୁନିଆର ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଶିଳ୍ପ, ମନୋରଞ୍ଜନ, ରାଜନୈତିକ, ସାମାଜିକ ସେବା ଏବଂ ନୀତି ନିର୍ମାତାଙ୍କ ନାମ ଅନ୍ତର୍ଭୁକ୍ତ ରହିଛି । ଏମାନେ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆଇଟି କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷା ରୋଶନୀ ନାଦର ମାଲହୋତ୍ରା ଏବଂ ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ବାଓକନ୍‌ ଅଧ୍ୟକ୍ଷା କିରଣ ମଜୁମଦାର ଶ’। ନିର୍ମଳା ଏହି ତାଲିକାର ୨୮ତମ ସ୍ଥାନରେ ଥିବାବେଳେ ରୋଶନୀ ଓ କିରଣ ଯଥାକ୍ରମେ ୮୧ ଓ ୮୨ତମ ସ୍ଥାନ ଅଧିକାର କରିଛନ୍ତି। ତେବେ ଏହି ଫୋର୍ବସ ରିପୋର୍ଟରେ ୟୁରୋପୀୟ କମିସନ ସଭାପତି ଉର୍ସୁଲା ଭଡ଼୍‌ ଡର୍‌ ଲି​‌ୟେନ୍‌ ତାଲିକାର ଶୀର୍ଷରେ ଥିବାବେଳେ ୨ୟ ସ୍ଥାନରେ ୟୁରୋପ ସେଣ୍ଟ୍ରାଲ ବ୍ୟାଙ୍କ ସଭାପତି କ୍ରିଷ୍ଟିନ ଲାଗାର୍ଡେ ଏବଂ ୩ୟ ସ୍ଥାନରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ରହିଛନ୍ତି ।

Leave A Reply

Your email address will not be published.

eleven − 11 =