ମୁମ୍ବାଇ ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୁଖ୍ୟ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଆସିଛି ଧମକ। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଅଫିସିଆଲ ଇମେଲ ଆଇଡିକୁ ଏହି ଧମକ ଆସିଛି। ଗତକାଲି ଆସିଥିବା ଏହି ଇମେଲଟି ରୁଷୀୟ ଭାଷାରେ ଲେଖାଯାଇଛି। ଗତ ମାସରେ ମଧ୍ୟ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ କେୟାର ନମ୍ବରରେ ଏକ କଲ ଆସିଥିଲା ଏବଂ ସେ ନିଜକୁ ଲଶ୍କର-ଇ-ତାଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ସେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିଲେ। ସେପଟେ ଦିଲ୍ଲୀର ୬ଟି ସ୍କୁଲରେ ବୋମା ଥିବା ନେଇ ଧମକ ଆସିଛି। ମେଲ୍ ଯୋଗେ ଅଜ୍ଞାତ ବ୍ୟକ୍ତି ବୋମା ଥିବା ନେଇ ଧମକ ଦେଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହୀନି ଓ ଦିଲ୍ଲୀ ପୁଲିସ। ଛାନଭିନ ଜାରି ରହିଛି ।