ଏଣିକି ଜଗାକୁ ସହଜରେ ଦର୍ଶନ କରିପାରିବେ ବରିଷ୍ଠ ଏବଂ ଭିନ୍ନକ୍ଷମ ଭକ୍ତ ।

ଶ୍ରୀମନ୍ଦିରରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ହେବ ୬ ଲାଇନ ବିଶିଷ୍ଟ ରାମ୍ପ ବ୍ୟବସ୍ଥା । ଏହାଦ୍ବାରା ଏହି ବର୍ଗର ଭକ୍ତ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ୬ ଲାଇନ ବିଶିଷ୍ଟ ରାମ୍ପ ବ୍ୟବସ୍ଥା ଦ୍ବାରା ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ସୁବିଧା ହେବ ଦର୍ଶନ ।ଏନେଇ ପରିଚାଳନା କମିଟି ଏବଂ ଛତିଶା ନିଯୋଗଙ୍କ ସୁପାରିଶ ଆଧାରରେ ଶ୍ରୀମନ୍ଦିର ନାଟାମଣ୍ଡପରେ ପ୍ରସ୍ତାବିତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଓ ବିସିସି ଅବଢ଼ା ଯୋଜନାରେ ନାଟମଣ୍ଡପରେ ରାମ୍ପ ଓ ବ୍ୟାରିକେଡ୍ ହେବ ।ASI ଓ ଶ୍ରୀମନ୍ଦିର ବୈଷୟିକ କମିଟି ସହିତ ପରାମର୍ଶ କରି ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ପାଇଁ ଓ.ବି.ସି.ସିକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l କାର୍ଯ୍ୟ ସମ୍ପାଦନ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓ.ବି.ସି.ସିକୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ lମନ୍ଦିରର ଭିତର ହେଉ କି ବାହ୍ୟ ସୁରକ୍ଷା, ଏ ଦାୟିତ୍ୱ ସମ୍ଭାଳିବ ସ୍ୱତନ୍ତ୍ର ସୁରକ୍ଷା ବାଟାଲିଅନ୍ । ଯାହାର ନାଁ ରହିଛି ଶ୍ରୀମନ୍ଦିର ସ୍ପେଶାଲ ସିକ୍ୟୁରିଟି ବାଟାଲିଅନ୍ । ତେବେ ଏଥିରେ ସିଧା ନିଯୁକ୍ତି ଦିଆଯିବନି ବରଂ OSAPରୁ ଡେପୁଟେସନରେ କର୍ମଚାରୀ ଆସିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଏମାନଙ୍କ ଦାୟିତ୍ୱ ଓ କାର୍ଯ୍ୟକାଳ କିଭଳି ରହିବ ସେ ନେଇ ବି ପ୍ରସ୍ତୁତ ହୋଇଛି ମୋଡାଲିଟି ।

Leave A Reply

Your email address will not be published.

4 × two =