୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା :ଆରବିଆଇ

ରେପୋ ହାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥର ମଧ୍ୟ ରେପୋ ରେଟ୍ କୌଣସି ପରିବର୍ତ୍ତନ କରାଯାଇ ନାହିଁ।  ଅର୍ଥାତ ରେପୋ ରେଟ୍ ୬.୫୦ ପ୍ରତିଶତରେ ସ୍ଥିର ରହିଛି। ଲଗାତାର ୧୧ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆମର ପ୍ରାଥମିକତା ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର । ସୂଚନାଯୋଗ୍ୟ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହରେ ଶେଷ ହେବାକୁ ଯାଉଛି । ତାଙ୍କ କାର୍ଯ୍ୟକାଳ ବୃଦ୍ଧି  ହେବାର ସମ୍ଭାବନା ରହିଛି । କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ତା ପୂର୍ବରୁ ତାଙ୍କର ସେବା ବିସ୍ତାର ନେଇ କୌଣସି ଘୋଷଣା ହୋଇନାହିଁ । ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୬ ବର୍ଷ ଧରି ଆରବିଆଇର ଗଭର୍ଣ୍ଣର ଥିବା ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ କି ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

Leave A Reply

Your email address will not be published.

19 − fourteen =