ଯୋଗ୍ୟତା ଅଷ୍ଟମ ଥାଇ ମିଳୁଛି ଡାକ୍ତରୀ ଡିଗ୍ରୀ, ପୋଲିସ ହାତରେ ଗୁୁଜରାଟର ଫେକ୍ ଡାକ୍ତରୀ ଗ୍ୟାଙ୍ଗ

୭୦ ହଜାର ଟଙ୍କା ନେଉଥିଲେ, ଡାକ୍ତରୀ ଡିଗ୍ରୀ ଦେଉଥିଲେ। ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଲୋକେ ମଧ୍ୟ ଏହି ସାର୍ଟିଫିକେଟ କିଣି ପାଲଟି ଥିଲେ ଡାକ୍ତର । । ଏଭଳି ଏକ ରାକେଟକୁ ଧରିବାରେ ସଫଳ ହୋଇଛି ଗୁଜରାଟର ସୁରଟ ପୁଲିସ। ଏହି ଗ୍ୟାଙ୍ଗର ମୁଖ୍ୟଙ୍କ ସହିତ ଟଙ୍କା ଦେଇ ଡାକ୍ତରୀ ଡିଗ୍ରୀ କିଣିଥିବା ୧୪ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୁଲିସ। ଏହି ଗ୍ୟାଙ୍ଗର ଡାଟାବେସ୍‌ରେ ୧୨୦୦ଟି ନକଲି ଡାକ୍ତରୀ ଡିଗ୍ରୀ ଥିବା ଜଣାପଡ଼ିଛି।ବୋର୍ଡ ଅଫ ଇଲେକ୍ଟ୍ରୋ ହୋମିଓପାଥିକ ମେଡିସନ୍ ଗୁଜରାଟ ନାଁରେ ନକଲି ସାର୍ଟିଫିକେଟ ପ୍ରଦାନ କରାଯାଇଛି। ନକଲି ଡାକ୍ତରି ଡିଗ୍ରୀରେ କିଛି ଆଲୋପାଥି ପ୍ରାଟିସ୍ କରୁଥିବା ନେଇ ପୁଲିସ ସୂଚନା ପାଇବା ପରେ କ୍ଲିନିକରେ ଚଢାଉ କରିଥିଲା। ଯାଂଚରୁ ସେମାନଙ୍କର ସାର୍ଟିଫିକେଟ ଫେକ ବୋଲି ଜଣାପଡିଥିଲା। ଛାନଭିନ କରିବାରୁ ମୁଣ୍ଡ ପିଛା ୭୦ ହଜାର ଟଙ୍କା ନେଇ ଅଭିଯୁକ୍ତ ଡିଗ୍ରୀ ସାର୍ଟିଫିକେଟ ଦେଇଥିବା ଜଣାପଡିଛି। ଟଙ୍କା ଦେଲେ ୧୫ ଦିନରେ ସାର୍ଟିଫିକେଟ ମିଳୁଥିଲା । ଏପରିକି ସାର୍ଟିଫିକେଟ ରିନ୍ୟୁ ପାଇଁ ବର୍ଷକୁ ୫ ହଜାରରୁ ୧୦ ହଜାର ଟଙ୍କା ନେଉଥିଲେ ବୋଲି ପୁଲିସ ସୁଚନା ଦେଇଛି। ଯେଉଁମାନେ ବାର୍ଷିକ ରିନ୍ୟୁ ଫି ଦେଉନଥିଲେ ସେମାନଙ୍କୁ ଗ୍ୟାଙ୍ଗ ପକ୍ଷରୁ ଧମକ ଦିଆଯାଉଥିଲା । ଏହି ଗ୍ୟାଙ୍ଗର ମୁଖ୍ୟ ତଥା ମୁଖ୍ୟ ଅଭିଯୁକ୍ତଙ୍କ ନାଁ ଡାକ୍ତର ରମେଶ ଗୁଜରାଟୀ। ପୁଲିସର ସୂଚନା ଅନୁଯାୟୀ, ରମେଶ ଗୁଜରାଟୀ ଦେଖିଲେ ଯେ ଭାରତରେ ଇଲେକ୍ଟ୍ରୋ ହୋମିଓପାଥି ନେଇ କୌଣସି ନିୟମ ନାହିଁ। ତେଣୁ ସେ ଏକ ବୋର୍ଡ ଗଠନ କରି ଏହି ପାଠ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରିବାକୁ ଯୋଜନା କଲେ। ସେଥିପାଇଁ ସେ ୫ ଜଣ ଲୋକଙ୍କୁ ନିଯୁକ୍ତ କଲେ ଓ ସେମାନଙ୍କୁ ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସା ସଂପର୍କରେ ପ୍ରଶିକ୍ଷଣ ଦେଲେ। ତିନି ବର୍ଷରୁ କମ୍ ସମୟ ମଧ୍ୟରେ ସେମାନଙ୍କର ପ୍ରଶିକ୍ଷଣ ଶେଷ ହୋଇଥିଲା। ରୋଗୀଙ୍କୁ ଇଲେକ୍ଟ୍ରୋ ହୋମିଓପାଥି ମେଡିସିନି କେମିତି ଦିଆଯିବ, ସେ ନେଇ ସେମାନେ ପ୍ରଶିକ୍ଷଣ ନେଇଥିଲେ।

ଯେତେବେଳେ ଏହି ନକଲି ଡାକ୍ତରମାନେ ଦେଖିଲେ ଯେ ଲୋକମାନେ ଇଲେକ୍ଟ୍ରୋ ହୋମିଓପାଥି ପ୍ରତି ଆକୃଷ୍ଟ ହେଉଛନ୍ତି, ସେତେବେଳେ ସେମାନେ ଯୋଜନା ପରିବର୍ତ୍ତନ କରିଦେଲେ ଓ ଲୋକଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ମିଛ ଡିଗ୍ରୀ ବିକିବା ଆରମ୍ଭ କରି ଦେଲେ। ସେମାନଙ୍କର ସଂସ୍ଥା (ବୋର୍ଡ ଅଫ୍ ଇଲେକ୍ଟ୍ରୋ ହୋମିଓପାଥି, ଗୁଜରାଟ) ରାଜ୍ୟ ସରକାରଙ୍କ ଆୟୁଷ ବିଭାଗ ସହିତ ଚୁକ୍ତି କରିଛି ବୋଲି ସେମାନେ ଲୋକଙ୍କୁ କହିଥିଲେ।

Leave A Reply

Your email address will not be published.

1 × 5 =