ଭୁବନେଶ୍ୱର(ରାଜ୍ୟକାହାଣୀ)ଆସନ୍ତା ସପ୍ତାହ ସୁଦ୍ଧା ଆଳୁ ଦର ଖସିବ । ବଜାରକୁ ନୂଆ ଆଳୁ ଆସିବ ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା । ଦୈନିକ ୪ ହଜାରରୁ ୪୫୦୦ ମେଟ୍ରିକ ଟନ୍ ଆଳୁ ଦରକାର । ଏବେ କ୍ବିଣ୍ଟାଲ ପିଛା ୩୧ ଶହରୁ ୩୩ଶହ ଟଙ୍କା ରହିଛି । ଖାଉଟି ସ୍ବାର୍ଥକୁ ଗୁରୁତ୍ବ ଦେବା ବ୍ୟବସାୟୀଙ୍କ କର୍ତ୍ତବ୍ୟ। ନୀତି ନୈତିକତା ସଚ୍ଚୋଟ ରହିବା ଦରକାର । ଆଳୁ ଦର ନେଇ ସରକାରଙ୍କ ସହ କୌଣସି ଆଲୋଚନା ହୋଇନାହିଁ। ଯେଉଁଠି ଦର ଅଧିକ ରହୁଛି ସେଠାରେ ସଂଘକୁ ଜଣାନ୍ତୁ ବୋଲି କହିଛନ୍ତି ସୁଧାକର ପଣ୍ଡା । ଅନ୍ୟପଟେ ବିଧାନସଭାରେ ଉଠିଲା ଦରଦାମ ପ୍ରସଙ୍ଗ , ଏ ପ୍ରସଙ୍ଗ ଉଠାଇ ଗୃହରେ ମୁଲତବି ପ୍ରସ୍ତାବ ଆଣିଛି କଂଗ୍ରେସ । ଏହି ପ୍ରଶ୍ନର ଉତ୍ତ୍ର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଉତ୍ତରରେ ସେ କହିଛନ୍ତି ଦଳ ନେତା , ୧୩୩ ଜଣ ଖିଲାପକାରୀ ବ୍ୟବସାୟୀଙ୍କ ଉପରେ କାର୍ୟ୍ୟନୁଷ୍ଠାନ ନିଆଯାଇଛି ।ଏଥିସହ ୧ ଲକ୍ଷ ୬୩ ହାଜର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ୧୨ ଜଣ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ତା ସହିତ ପ୍ରତି ଜିଲ୍ଲାରେ ଶୀତଳ ଭଣ୍ଡାର କରିବା ପାଇଁ ନିଷ୍ପତି ନିଆଯାଇଛି , ରାଜ୍ୟର ସବୁ ଜିଲ୍ଲାପାଳ ମାନଙ୍କୁ ବ୍ୟବସାୟୀମାନଙ୍କ ସହ ବୈଠକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।