ଅଭିନେତା ବିକ୍ରାନ୍ତ ମେସି ଡିସେମ୍ବର ୧ରେ ଇଣ୍ଡଷ୍ଟ୍ରି ଛାଡ଼ିଥିବା ନେଇ ଘୋଷଣା 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅପରାହ୍ନ ୪ଟାରେ ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୪ଟାରେ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ଦେଖିବେ । ପିଏମ୍ ମୋଦି ପୂର୍ବରୁ ଏହି ଫିଲ୍ମକୁ ପ୍ରଶଂସା କରିସାରିଛନ୍ତି । ଏଥିରେ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଛନ୍ତି । ଗୁଜରାଟର ବହୁଚର୍ଚ୍ଚିତ ୨୦୦୨ ଗୋଧ୍ରା କାଣ୍ଡ ଉପରେ ଏହି ଫିଲ୍ମ ଆଧାରିତ । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ବାଲଯୋଗୀ ଅଡିଟୋରିୟମରେ ଏହି ଫିଲ୍ମ ଦେଖୁଛନ୍ତି  ।ସେପଟେ ଏହାରି ମଧ୍ୟରେ ଅଭିନେତା ବିକ୍ରାନ୍ତ ମେସି ଡିସେମ୍ବର ୧ରେ ଇଣ୍ଡଷ୍ଟ୍ରି ଛାଡ଼ିଥିବା ନେଇ ଘୋଷଣା କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ନମସ୍କାର, ଗତ କିଛି ବର୍ଷ ଭଲ ଥିଲା । ଆପଣଙ୍କ ସପୋର୍ଟ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । କିନ୍ତୁ ଏବେ ମୁଁ ଅନୁଭବ କରୁଛି ଯେ ଘରକୁ ଫେରିବାର ସମୟ ଆସିଛି । ଆଗାମୀ ୨୦୨୫ରେ ଆମେ ଶେଷ ଥର ପାଇଁ ଭେଟିବା । ଶେଷ ୨ ଫିଲ୍ମ ଏବଂ ଅନେକ ବର୍ଷର ସ୍ମୃତି । ପୁଣିଥରେ ଧନ୍ୟବାଦ, ସବୁକିଛି ପାଇଁ ମୁଁ ସବୁଦିନ ଋଣି’ । ବିକ୍ରାନ୍ତଙ୍କ ଏହି ଘୋଷଣା ଫ୍ୟାନ୍ସ ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave A Reply

Your email address will not be published.

4 + 9 =