ନିକଟରେ ଦୁନିଆର ବହୁ ପ୍ରସିଦ୍ଧ ମହିଳା ସେଲିବ୍ରିଟିଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୁବାଇରେ ଆୟୋଜିତ ଗ୍ଲୋବାଲ ମହିଳା ଫୋରମ ୨୦୨୪ରେ ସାମିଲ୍ ହୋଇଥିଲେ। ୨ଦିନ ଧରି ଚାଲିଥିବା ଦୁବାଇରେ ଏହି ଇଭେଣ୍ଟରୁ ଐଶ୍ୱର୍ଯ୍ୟାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏହି ସମସ୍ତ ଭିଡିଓ ମଧ୍ୟରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସେହି ଭିଡିଓ ହେଉଛି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରିଚୟ ବା ଇଣ୍ଟ୍ରୋଡକଶନ୍ ପ୍ରଦାନ କରୁଥିବା ଭିଡିଓ। ଏହି ଭିଡିଓରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବଦଳରେ ଏହି କେବଳ ଅନ୍ତର୍ଜାତୀୟ ତାରକା ଐଶ୍ୱର୍ଯ୍ୟା ରାୟ ଲେଖାଯାଇଛି। ତେବେ ଛାଡପତ୍ରର ଗୁଜବ ମଧ୍ୟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସରନେମ ‘ବଚ୍ଚନ’ ହଟାଇବାକୁ ନେଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ ଐଶ୍ୱର୍ଯ୍ୟା ତାଙ୍କ ନାମରୁ ବଚ୍ଚନ ସରନେମ ହଟାଇ ଏକ ବଡ଼ ସୂଚନା ଦେଇଛନ୍ତି। ଏଥି ସହିତ ଆଉ କିଛି ପ୍ରଶଂସକ କୁହିଛନ୍ତିି ଯେ ବଚ୍ଚନଙ୍କ ସରନେମ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଛି, ଏପରି ପରିସ୍ଥିତିରେ ଦୁବାଇ ଇଭେଣ୍ଟର ଭିଡିଓରେ ସ୍ପେସ କିମ୍ବା ବୃତ୍ତିଗତ ପ୍ରତିନିଧିତ୍ୱ ପାଇଁ ତାଙ୍କର ପ୍ରଥମ ନାମ ବ୍ୟବହୃତ ହୋଇଥିବା କୁହାଯାଉଛି।