ବନ୍ଧାହେଲେ ନକଲି ହାଇକୋର୍ଟ ଓକିଲ, ନକଲି ଏସଡିପିଓ 

କେତେବେଳେ ନିଜକୁ ଏସ୍‌ଡିପିଓ କହୁଥିଲେ। ଆଉ କେତେବେଳେ ନିଜକୁ ଓଡିଶା ହାଇକୋର୍ଟର ଆଇନ୍‌ଜୀବୀ କହୁଥିଲେ। ଏମିତି କେତେ କ’ଣ ପରିଚୟ ଦେଇ ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ। ଦୁଇ ସାଇବର ଠକଙ୍କୁ ଉଠାଇ ଆଣିଲା ମାଲକାନଗିରି ପୁଲିସ । ବାଙ୍କି ଓ ଭରତପୁର ଅଂଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ ଏମାନେ ।  ଫୋନ-ପେ ମାଧ୍ୟମରେ ଟଙ୍କା ନେଉଥିଲେ ।  ଏମାନଙ୍କ ନାଁରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନାରେ ୬ ରୁ ଅଧିକ ମାମଲା ରହିଛି।ଅଭିଯୋଗ ଅନୁସାରେ ଦୁଇ ଧ୍ରୁତ ହେଉଛନ୍ତି ନୟାଗଡ ଜିଲ୍ଲା ସରୋଡା ଗାଁର କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଏମାନେ କୁଆଡେ ଜାନୁଆରୀ ୨୩ ତାରିଖରେ ଚାଲାଣଗୁଡା ସରପଞ୍ଚ ଇରମା ମାଢ଼ିଙ୍କୁ ଫୋନ୍‌ କରିଥିଲେ। ଆଉ ସେତେବେଳେ ନିଜକୁ ମାଲକାନଗିରି ଏସ୍‌ଡିପିଓ କହି କଥା ହୋଇଥିଲେ। କଥାବାର୍ତ୍ତା ଛଳରେ ଲାଞ୍ଚ ମାଗିଥିଲେ। ଏସ୍‌ଡିପିଓ ଜାଣି ସରପଞ୍ଚ ମହାଶୟ ବିଭିନ୍ନ କାମ ବାବଦକୁ ୧୮ ହଜାର ଟଙ୍କା ଦେଇଥିଲେ।ପୁଲିସ୍‌ଙ୍କ ପରେ ପାଳି ପଡିଥିଲା ଆଇନ୍‌ଜୀବୀ। ନିଜକୁ ହାଇକୋର୍ଟର ଆଇନ୍‌ଜୀବୀ କହି ଏହି ଦୁଇ ଧ୍ରୁତ ଜୁଲାଇ ୨୨ ତାରିଖରେ ମାଲକାନଗିରିର ଜଣାଶୁଣା ଆଇନ୍‌ଜୀବୀ ରାଜେଶ ପଟ୍ଟନାୟକଙ୍କ ପାଖକୁ ଫୋନ୍‌ କରିଥିଲେ। ମେଡ଼ିକାଲ୍‌ ହେଲ୍‌ପ ପାଇଁ ୧୦ ହଜାର ଟଙ୍କା ମାଗିଥିଲେ। ତେଣୁ ନିଜର ମହାନତା ଦେଖାଇ ରାଜେଶ ଅନ୍‌ଲାଇନ୍‌ରେ ୧୦ ହଜାର ଟଙ୍କା ପଠାଇଥିଲେ।

Leave A Reply

Your email address will not be published.

18 − four =