ଅଡୁଆରେ କଂଗ୍ରେସ ଏମପି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଚାଲି ଯାଇପାରେ ତାଙ୍କର ଭାରତୀୟ ନାଗରିକତା। ଏନେଇ କୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆହ୍ଲାବାଦ ହାଇକୋର୍ଟ ରାହୁଲଙ୍କ ନାଗରିକତ୍ୱ ସମ୍ବନ୍ଧିତ ଯାଚିକା ଉପରେ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ କେନ୍ଦ୍ର ସରକାର ନିଜର ପକ୍ଷ ରଖିଛନ୍ତି । ରାହୁଲଙ୍କ ନାଗରିକତା ରଦ୍ଦ ହେବ କି ନାହିଁ ଏନେଇ ବିଚାର କରୁଛନ୍ତି ସରକାର । ଭାରତର ଡେପୁଟି ସିଲିସିଟର ଜେନରାଲ ଏସବି ପାଣ୍ଡେ କୋର୍ଟକୁ କହିଛନ୍ତି, ରାହୁଲଙ୍କ ବ୍ରିଟିଶ ନାଗରିକତା ଆଧାରରେ ଭାରତୀୟ ନାଗରିକତା ରଦ୍ଦ କରିବା ଦାବିକୁ ମନ୍ତ୍ରାଳୟକୁ ସୂଚନା ମିଳିଛି। ଯାହାକି ପ୍ରକ୍ରିୟାରେ ଅଛି। ସୂଚନାମୁତାବକ କର୍ନାଟକ ଅଧିବାସୀ ଏସ ବିଘ୍ନେଶ ସେପ୍ଟେମ୍ବର ୧୨ରେ ଏକ ଜନହିତ ଯାଚିକା ଦାଖଲ କରିଥିଲେ। ଯେଉଁଥିରେ ସେ ରାହୁଲଙ୍କ ପାଖରେ ଇଂଲଣ୍ଡର ନାଗରିକତ୍ୱ ଥିବା ଦାବି କରିଥିଲେ। ଆବେଦନକାରୀ କହିଥିଲେ, ସେ ଗଭୀର ଯାଞ୍ଚ ପରେ ଏହି ଗୋପନୀୟ ତଥ୍ୟ ହାସଲ କରିଛନ୍ତି। ଏହି ମାମଲାକୁ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ସହିତ ତାଙ୍କର ଭାରତୀୟ ନାଗରିକତ୍ୱ ରଦ୍ଦ କରାଯାଉ ବୋଲି ସେ ଦାବି କରିଥିଲେ।