ସପ୍ତାହକୁ ୩ ଦିନ ଉଡ଼ିବନି ବିମାନ!

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଉରକେଲାରେ ବିମାନସେବା ନିମ୍ନଗାମୀ ହେବାରେ ଲାଗିଛି। ଆଲିଆନ୍ସ ଏୟାର୍‌ର କ୍ରମାଗତ ଅବହେଳା ଯୋଗୁଁ, ବିମାନସେବା ଏବେ ପ୍ରହସନ ପାଲଟିଲାଣି। କେତେବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ସେବା ବନ୍ଦ ହେଉଛି ତ ପୁଣି କେତେବେଳେ ମରାମତି କାରଣ ଦର୍ଶାଇ ବନ୍ଦ କରିଦିଆଯାଉଛି। ଏବେ ବିମାନ ଅଭାବ ଯୋଗୁଁ ରାଉରକେଲା-ଭୁବନେଶ୍ବର ବିମାନ ଉଡ଼ାଣକୁ ୩ ଦିନ ବନ୍ଦ କରିଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୯ ତାରିଖରୁ କୋଲକାତା-ରାଉରକେଲା-ଭୁବନେଶ୍ବର-ରାଉରକେଲା-କୋଲକାତା ବିମାନ ସେବା ବନ୍ଦ ହୋଇଯାଇଥିଲା। ଅକ୍ଟୋବର ୮ ତାରିଖରେ ବିମାନ କୋଲକାତାରୁ ରାଉରକେଲାଦେଇ ଭୁବନେଶ୍ବରରେ ପହଞ୍ଚି ସେଠାରୁ ପୁଣି ରାଉରକେଲା ଆସିଥିଲା। ତେବେ ଉକ୍ତ ବିମାନଟି ରାଉରକେଲାରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ଅବତରଣବେଳେ ବିମାନର ବାମ ପାର୍ଶ୍ବ ଚକ ଗୋଟିଏ ପାଖକୁ ଟାଣିବାରୁ ଘସି ହୋଇ ସାମାନ୍ୟ କ୍ଷତି ହୋଇଥିଲା। ଫଳରେ ଉକ୍ତ ଦିନ ବିମାନ ଆଉ ରାଉରକେଲା ଦେଇ କୋଲକାତାକୁ ଫେରିପାରିନଥିଲା। ମରାମତି ପରେ କିଛି ଦିନ ପୁଣି ବିମାନ ଉଡ଼ିଥିଲା। ତେବେ ଗତ ୧୩ ତାରିଖରୁ ପୁଣି ସେବା ବନ୍ଦ ହୋଇଯାଇଥିଲା। 

Leave A Reply

Your email address will not be published.

eighteen − 4 =