ଭୁବନେଶ୍ୱର(ରାଜ୍ୟକାହାଣୀ)ଅଳିଆ ଗଦାରେ ଅଭିଯୋଗ ପତ୍ର। ଜଣେ ଅସହାୟ ଲୋକର ଅନୁରୋଧ କୁ କିପରି ଖତଗଦାରେ ଫିଙ୍ଗି ଦିଆଯାଏ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ।ସିଡିଘର ତଳେ ପଡିରହିଛି ଲୋକଙ୍କର ଗଦା ଗଦା ଆବେଦନ ପତ୍ର ସହିତ ଦରକାରୀ କାଗଜପତ୍ର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବେଦନ ପତ୍ର ଓ କାର୍ଯ୍ୟାଦେଶ ପତ୍ର ପଡି ରହିଛି । ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଭଳି ମୌଳିକ ଆବଶ୍ୟକତା ପୂରଣ କରୁଥିବା ଯୋଜନାର ଆବେଦନ ପତ୍ର ଗୁଡ଼ିକ ବ୍ଳକ୍ କାର୍ଯ୍ୟାଳୟ ଭିତରେ ସୁରକ୍ଷା ଭିତରେ ରହିବା କଥା, କିନ୍ତୁ ଏଠାକାର ଚିତ୍ର ସମ୍ପୁର୍ଣ୍ଣ ଭିନ୍ନ । ଗରିବ ଲୋକଙ୍କୁ ସହାୟତା ବଦଳରେ ଉପହାସ କରାଯାଉଥିବା ବୟାନ କରୁଛି ବାହାରେ ପଡ଼ିଥିବା ଏହି ଅଭିଯୋଗ ପତ୍ର।