ପୋଢୁଆଁ ହେବେ ବଡଠାକୁର, ଶ୍ରୀମାଧବାନନ୍ଦଙ୍କ ପୀଠରୁ ଆସୁଛୁ ଭାର

ଭୁବନେଶ୍ୱର(ରାଜ୍ୟକାହାଣୀ) ନିଆଳିର ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଯିବ ଓ ନବବସ୍ତ୍ର ସହ ଅଷ୍ଟମୀ ଭାର । ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବଡଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଆସିବ ।‌ପୋଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି – ଅରୁଆ ଚାଉଳ,ବିରି,ନଡ଼ିଆ,ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ, ଅଳେଇଚ , ଲବଙ୍ଗ  ; ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ ।  ଶୁକ୍ରବାର ସକାଳେ ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଭାର ଓ ଶୋଭାଯାତ୍ରା ଆରମ୍ଭ କରାଯିବ । କାର୍ଯ୍ୟସୂଚୀ ଅନୁଯାୟୀ – ଭୋଇସେବକ ମାନେ ଆଗରେ ପତାକା ଧରି ଚାଲିବେ । ଢୋଲିଆ ଓ ମହୁରିଆ ମଙ୍ଗଳବାଦ୍ୟ ବଜାଇବେ । ଏହି ଶୋଭାଯାତ୍ରା ମାଧବ , ଚନ୍ଦ୍ରମଉଳି , ଚାରିଛକ , ଗୋପ , ଗଣେଶ୍ୱରପୁର , ନାଗପୁର , ଷୋଳପୁର , ମଦରଙ୍ଗ , ଛଇତନା , ବାଲିଘାଇ ଓ ବାଲିଗୁଆଳି ଦେଇ ଅପରାହ୍ଣ ୨ ଟା ୩୦ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବ । ସେଠାରୁ ଅପରାହ୍ଣ ୩ ଟାରେ ଦ୍ୱିତୀୟ ପର୍ଯ୍ୟାୟ ଶୋଭାଯାତ୍ରା ଆରମ୍ଭ ହେବ । ଅପରାହଣ ୪ ଟା ସୁଦ୍ଧା ପ୍ରଭୁଙ୍କ ପୋଢୁଆଁ ଭାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚାଇବା ସହ ଏହି ପବିତ୍ର ଯାତ୍ରା ସମ୍ପନ୍ନ ହେବ । ପ୍ରଥମାଷ୍ଟମୀ ଅର୍ଥାତ ଶନିବାର ଦିନ ଶ୍ରୀମନ୍ଦିର କାର୍ଯ୍ୟସୂଚୀ ଅନୁସାରେ ମହାପ୍ରଭୁଙ୍କଠାରେ ପୋଢୁଆଁ ବସ୍ତ୍ର ଲାଗି ହେବ ।

Leave A Reply

Your email address will not be published.

two × 4 =