ଭୁବନେଶ୍ୱର(ରାଜ୍ୟକାହାଣୀ) ୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର । ଏହାର ଯେପରି ଖିଲାପ ନ ହୁଏ, ସେଥିପାଇଁ ସ୍କ୍ବାଡ୍ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ । ସେମାନେ ଅଚାନକ ନିରାମୟ ପରିଦର୍ଶନ କରିବେ । ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଔଷଧ ନିଗମର ସମୀକ୍ଷା ବୈଠକର ଏହି ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ଔଷଧ ନିଗମର ଔଷଧ ଠିକଭାବେ ନିରାମୟକୁ ପହଞ୍ଚୁଛି କି ନାହିଁ , ନିରାମୟରେ ଯଥେଷ୍ଟ ଔଷଧ ଅଛି ନା ନାହଁ, ସେ ନେଇ ବୈଠକରେ ଆଲୋଚନା ହୋଇଛି ।ଔଷଧ ଓ ନାପକିନ କିପରି ଠିକ୍ ଭାବେ ସ୍କୁଲରେ ପହଞ୍ଚିବ, ସେ ନେଇ ବି ବୈଠକରେ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।