ସୁଭଦ୍ରାରେ ଏହି ଆକାଉଣ୍ଟକୁ ୩ୟ ପର୍ଯ୍ୟାୟ ଟଙ୍କା ଯିବନାହିଁ। 

ଭୁବନେଶ୍ୱର(ରାଜ୍ୟକାହାଣୀ) ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ । ନଭେମ୍ବର ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ମହିଳା ସୁଭଦ୍ରା ଯୋଜନାରୁ ବାଦ୍ ପଡିଛନ୍ତି । କିନ୍ତୁ ଯେଉଁମାନେ ବାଦ୍ ପଡିଛନ୍ତି ସେମାନଙ୍କୁ ବି ସୁଭଦ୍ରା ଟଙ୍କା ମିଳିବ । ଯଦି ଯୋଗ୍ୟ ହିତାଧିକାରୀ କୌଣସି କାରଣରୁ ବାଦ୍‌ ପଡିଛନ୍ତି ତେବେ ସେମାନେ ବି ଟଙ୍କା ପାଇବେ । ଡକ୍ୟୁମେଣ୍ଟରେ ଯଦି କୌଣସି ତ୍ରୁଟି ଥାଏ ତେବେ ସଂଶୋଧନ କରିବା ପରେ ସେମାନଙ୍କୁ ଟଙ୍କା ମିଳିବ । ବ୍ୟାଙ୍କ ଖାତାରେ ଆଧାର ଇ-କେୱାସି ସମସ୍ୟା କିମ୍ବା ଅନ୍ୟ କୌଣସି ଅସୁବିଧା ଯୋଗୁଁ ସରକାରଙ୍କ ତରଫରୁ ଟଙ୍କା ପଠାଯାଇଥିଲେ ମଧ୍ୟ ପହଞ୍ଚିବାରେ ବିଳମ୍ବ ହେବ କିମ୍ବା ଅଟକି ଯିବ । ସରକାରଙ୍କ ଅନୁଯାୟୀ ସୁଭଦ୍ରା ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟର ୧୫ ଦିନ ପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ବଣ୍ଟା ଯିବ । ତୃତୀୟ ପର୍ଯ୍ୟାୟ ଟଙ୍କା ଯଦି ୨୪ ତାରିଖରେ ବଣ୍ଟନ କରାଯିବ ତେବେ ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ବି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା ।କେବଳ ସେତିକି ନୁହେଁ ନାଁ କିମ୍ବା ଅନ୍ୟ ତଥ୍ୟ ମେଳ ଖାଉନଥିଲେ ବି ସୁଭଦ୍ରା ତାଲିକାରୁ ଅଯୋଗ୍ୟ ଘୋଷିତ ହେବେ । ଆଉ ବଡ କଥା ହେଉଛି ତଥ୍ୟ ସଂଶୋଧନ କଲା ପରେ ପୁନଶ୍ଚ ଆବେଦନ କରି ସୁଭଦ୍ରା ଟଙ୍କା ପାଇପାରିବେ ।ତେବେ ଜାଣନ୍ତୁ କେଉଁମାନଙ୍କ ଆକାଉଣ୍ଟକୁ ଏହି ୩ୟ ପର୍ଯ୍ୟାୟ ଟଙ୍କା ଯିବନାହିଁ। ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଥିବା ମହିଳାଙ୍କ ବୟସ ୧ ଜୁଲାଇ, ୨୦୨୪ ସୁଦ୍ଧା ୨୧ ବର୍ଷରୁ କମ ହୋଇ ନ ଥିବା ଆବଶ୍ୟକ । ସେହିଭଳି ୬୦ ବର୍ଷରୁ ଅଧିକ କୌଣସି ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ । ଏମାନେ ଯଦି ଆବେଦନ କରିଥିବେ ତେବେ ନାଁ କଟିଯିବ ।

ସେହିଭଳି ଯଦି କୌଣସି ମହିଳା ମାସକୁ ମୋଟ ୧୫୦୦ ଟଙ୍କା କିମ୍ବା ତା ଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,୦୦୦ ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ସେମାନେ ସୁଭଦ୍ରା ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।

Leave A Reply

Your email address will not be published.

4 × five =