ନଭେମ୍ବର ୨୦ ଅର୍ଥାତ୍ ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ । ଏନେଇ ସୋମବାର ସଂଧ୍ୟାରୁ ପ୍ରଚାର ଶେଷ ହୋଇଛି । ହାରାଷ୍ଟ୍ରର ୨୮୮ଟି ଆସନ ଏବଂ ଝାଡ଼ଖଣ୍ଡର ଦ୍ବିତୀୟ ପର୍ଯ୍ୟାୟର ୩୮ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ପୁଲିଂ ଅଧିକାରୀ ମାନେ ଇଭିଏମ ମେସିନ ସହ ନିଜ ନିଜ ବୁଥ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଦେଶ ମହତୋ ଭଳି ବରିଷ୍ଠ ନେତା ଭାଗ୍ୟ ପରୀକ୍ଷା କରିବେ । କଳ୍ପନା ସୋରେନ, ସୀତା ସୋରନଙ୍କ ଛଡା ମୈଦାନରେ ଅଛନ୍ତି ୧୧ ଜଣ ପୂର୍ବତନ ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୪୩ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି । ଆସନ୍ତା ୨୩ ତାରିଖରେ ଏହି ଦୁଇ ରାଜ୍ୟ ସମେତ କିଛି ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳ ପ୍ରକାଶ ପାଇବ । ବୁଧବାର ଉତ୍ତର ପ୍ରଦେଶରେ ଥିବା ୯ଟି ଆସନରେ ମତଦାନ ଅନୁଷ୍ଠିତ ହେବ । ବୁଧବାର ଉତ୍ତର ପ୍ରଦେଶରେ ଥିବା ୯ଟି ଆସନରେ ମତଦାନ ଅନୁଷ୍ଠିତ ହେବ । ଏହି ସମସ୍ତ ରାଜ୍ୟରେ ହେବାକୁ ଥିବା ନିର୍ବାଚନର ଫଳାଫଳ ନଭେମ୍ବର ୨୩ରେ ଗଣନା କରାଯିବ ।