ଆଜିଠାରୁ ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ଶ୍ରଦ୍ଧାଳୁ ମାନେ ପ୍ରବେଶ କରିପାରିବେ ।

ଭୁବନେଶ୍ୱର(ରାଜ୍ୟକାହାଣୀ)ଆଜି ଠାରୁ ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ଶ୍ରଦ୍ଧାଳୁ ମାନେ ପ୍ରବେଶ କରିପାରିବେ । ପୁଣି ଥରେ ଶ୍ରୀମନ୍ଦିରରେ ୪ ଦ୍ଵାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଶନିବାର ସଂକ୍ରାନ୍ତିଠାରୁ ଶ୍ରଦ୍ଧାଳୁମାନେ ୪ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। କିନ୍ତୁ ୩ ଦ୍ଵାର ଦେଇ ପ୍ରସ୍ଥାନ କରିବେ। 

ଶ୍ରୀମନ୍ଦିର ନାଟମଣ୍ଡପ ଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ଅଛି । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ପରାମର୍ଶ ଓ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ରାଜ୍ୟରେ ସରକାର ବଦଳିବା ପରେ ଶ୍ରମନ୍ଦିରରେ ଦର୍ଶନ ପାଇଁ ୪ ଦ୍ଵାର ଫିଟା ଯାଇଥିଲା। ୪ ଦ୍ଵାର ଦେଇ ଶ୍ରଦ୍ଧାଳୁ ଭିତରକୁ ଯାଉଥିଲେ। କିନ୍ତୁ କିଛିଦିନ ପରେ ସେହି ବ୍ୟବସ୍ଥା ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ କାର୍ତ୍ତିକ ମାସ ସରିବା ପରେ ପୁଣି ଥରେ ପ୍ରଶାସନ ଉକ୍ତ ବ୍ୟବସ୍ଥା ଲାଗୁ କରୁଥିବା କୁହାଯାଉଛି।

Leave A Reply

Your email address will not be published.

6 + 3 =