ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ନୌବାଣିଜ୍ୟ ପରମ୍ପରାପକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ନଦୀ, ପୋଖରୀ, ମହୋଦଧିରେ ଡଙ୍ଗା ଭସାଇଛନ୍ତି।ବାଲେଶ୍ୱର ଜିଲା ସୋର ବ୍ଲକ ମାଣତ୍ରୀ ଗାଁରେ ଧୁମ୍ଧାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗାଁର ମଦନମୋହନ ଜୀଉ କମିଟି ପକ୍ଷରୁ ଗାଁ ପୋଖରୀରେ ୧୬୦ ଫୁଟ ଲମ୍ବର ଏକ ଡ଼ଙ୍ଗାକୁ ଭସା ଯାଇଛି ।ଏଥିରେ ସଦସ୍ୟ ମାନେ ଦୀର୍ଘ ୨୧ବର୍ଷ ଧରି ବଡ଼ ବଡ଼ ଡଙ୍ଗା ତିଆରି କରି ପାଖ ପୋଖରୀରେ ଭସାଇଥାନ୍ତି। ଏହି ଡଙ୍ଗା ଭସାଇବା ଦ୍ଵାରା ଗ୍ରାମରେ ଭାଇଚାରା ରକ୍ଷା କରିବା ଓ ଗ୍ରାମର ଶାନ୍ତି ପାଇଁ ମଦନ ମୋହନଙ୍କ ଠାରେ ପୂଜାର୍ଚ୍ଚନା କରି ଭୋର ୫ଟା ବେଳେ ଡଙ୍ଗା ଭସାଇଥିଲେ। ଏହି ଡଙ୍ଗାକୁ ସୁସର୍ଜିତ କରି କାଳିଅ ଦୋଳନ ପ୍ରସ୍ତୁତ କରି ଭକ୍ତଙ୍କ ମନ ଜିଣି ଥିଲେ। ଓଡ଼ିଆ ଅସ୍ମିତା ଏବଂ ଓଡ଼ିଶାର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ କାଳିଅ ଦୋଳନର ମୂର୍ତ୍ତି ନିର୍ମାଣ କରାଯାଇଛି।