ଭାରତରେ ପ୍ରଥମ ‘ସାଟେଲାଇଟ-ଟୁ-ଡିଭାଇସ’ ସେବା ଆରମ୍ଭ କରିବ ବିଏସଏନଏଲ

ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଦେଶରେ ପ୍ରଥମ ଥର ସାଟେଲାଇଟ-ଟୁ-ଡେଭିସ ସର୍ଭିସ ଆରମ୍ଭ କରିଛନ୍ତି, ଯାହା ଦେଶର ସବୁଠୁ ଦୁର୍ଗମ ଅଞ୍ଚଳରେ ମଧ୍ୟ କନେକ୍ଟିଭିଟି ପ୍ରଦାନ କରିବ। ଦୂର ସଞ୍ଚାର ବିଭାଗ (ଡିଓଟି) ଏହି ଘୋଷଣା କରିଛନ୍ତି ଓ କହିଛନ୍ତି ଏହି ସର୍ଭିସ୍ ଆମେରିକୀୟ କମ୍ପାନୀ ଭାୟାସାଟ୍ କୋଲାବରେସନରେ ଆରମ୍ଭ କରାଯିବ। ଏହି ନୂଆ ଟେକ୍ନୋଲଜିର ଉଦ୍ଦେଶ୍ୟ ଏପରି କ୍ଷେତ୍ରକୁ କନେକ୍ଟିଭିଟି ପ୍ରଦାନ କରିବ ଯେଉଁଠାକୁ ସାଧାରଣ ମୋବାଇଲ ନେଟୱାର୍କ ପହଞ୍ଚି ନ ପାରୁଛି। 

ଏହି ସେବା ପ୍ରଥମେ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମ୍‌ସି ୨୦୨୪) ରେ ଆରମ୍ଭ କରାଯାଇଥିଲା। ଭାରତରେ ଡିଜିଟାଲ ବିଭାଜନକୁ ହ୍ରାସ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ବିଏସ୍‌ଏସ୍‌ଏଲ୍‌ ଅନୁଯାୟୀ, ‘ସାଟେଲାଇଟ-ଟୁ-ଡିଭାଇସ’ ସେବାର ପରୀକ୍ଷା ଶେଷ ହୋଇଛି ଏବଂ ଏହା ବିଭିନ୍ନ ଚ୍ୟାଲେଞ୍ଜ କ୍ଷେତ୍ରରେ ମଧ୍ୟ ସ୍ଥିର ସଂଯୋଗ ଯୋଗାଇବାରେ ସକ୍ଷମ ଅଟେ। DoT ଏହା ଘୋଷଣା କରିଛି। କିଛି ମୋବାଇଲ ବ୍ରାଣ୍ଡ ବୈଶିଷ୍ଟ୍ୟଗୁଡିକ ଲଞ୍ଚ କରିଥିଲେ, ଯାହା ଜରୁରୀକାଳୀନ ପରିସ୍ଥିତିରେ ଉପଗ୍ରହ ସଂଯୋଗ ଯୋଗାଇଥାଏ, କିନ୍ତୁ ସେଗୁଡ଼ିକ କେବଳ ଜରୁରୀକାଳୀନ ସେବାରେ ସୀମିତ। ବର୍ତ୍ତମାନ ସାଧାରଣ ନାଗରିକମାନେ ମଧ୍ୟ ଦୁର୍ଗମ ଅଞ୍ଚଳରେ ବିଏସ୍‌ଏସ୍‌ଏଲ୍‌ର ଏହି ସେବା ସହିତ ସଂଯୋଗ କରିପାରିବେ।ବିଏସଏନଏଲର ଏହି ସାଟେଲାଇଟ ନେଟୱାର୍କ ୟୁଜରଙ୍କୁ ଏମାର୍ଜେନ୍ସୀ କଲସ୍, ଏସଓଏସ୍ ମ୍ୟାସେଜ ଓ ୟୁପିଆଇ ପେମେଣ୍ଟରେ ମଧ୍ୟ ସହାୟତା କରିବ। ତେବେ ଏହି ସୁବିଧା ସ୍ୱଭାବିକ କଲ ଓ ଏସଏମଏସ ପାଇଁ ଉପଲବ୍ଧ ହେବ କି ନାହିଁ ସେ ନେଇ କମ୍ପାନୀ କିଛି କହି ନାହିଁ।

Leave A Reply

Your email address will not be published.

11 + 6 =