ଥାନାରେ ହାଜର ହେଲେ ମେଜର ଓ ତାଙ୍କ ବାନ୍ଧବୀ 

ଭୁବନେଶ୍ୱର(ରାଜ୍ୟକାହାଣୀ)ଭରତପୁର ଥାନା ହାଜତ ନିର୍ଯାତନା ମାମଲାରେ ତଦନ୍ତ କମିଶନଙ୍କ ଶୁଣାଣି । ଘଟଣାସ୍ଥଳ ପରିଦର୍ଶନ କରିବେ ଜଷ୍ଟିସ ଚିତ୍ତରଂଜନ ଦାସ ତଦନ୍ତ କମିଶନ । ୧୯ ତାରିଖରେ ଘଟଣାସ୍ଥଳକୁ ଯିବେ । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।  ଏହି ମାମଲାରେ କମିଶନଙ୍କ ନିକଟରେ ୫୦୦ ରୁ ଅଧିକ ସତ୍ୟପାଠ ଦାଖଲ ହୋଇଥିଲା । ସତ୍ୟପାଠ ଗୁଡ଼ିକୁ ଯାଞ୍ଚ ପରେ ସାକ୍ଷ୍ୟ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କମିଶନ। 

ମୋଟ ୧୬ ଜଣଙ୍କୁ କମିଶନଙ୍କ ପକ୍ଷରୁ ସମନ ଜାରି କରାଯାଇଛି। ମେଜର ଓ ତାଙ୍କ ବାନ୍ଧବୀ, ଅଭିଯୋଗ ଆସିଥିବା ପୋଲିସ ଅଧିକାରୀ ଓ ଗଣ୍ଡଗୋଳ କରିଥିବା ଯୁବକ ରହିଛନ୍ତି। କମିଶନ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ମେଜର ଓ ବାନ୍ଧବୀ। ସେହିଭଳି ଗଣ୍ଡଗୋଳ କରିଥିବା ଯୁବକଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇଛନ୍ତି।ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ତାଙ୍କ ବାନ୍ଧବୀ ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ଆକ୍ରମଣ କରିବା ସହ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି । ଏହାସହ ଘଟଣାର ତ୍ୱରିତ ତଦନ୍ତ ପାଇଁ ତଦନ୍ତ କମିଶନ ମଧ୍ୟ ଗଠନ କରାଯାଇଛି।

Leave A Reply

Your email address will not be published.

one + twenty =