ସୁନା ଚେନ୍‌ ଲୁଟି ନ ପାରି ମହିଳାଙ୍କୁ ହାଣିଦେଲେ

ଭୁବନେଶ୍ୱର(ରାଜ୍ୟକାହାଣୀ) ସୁନା ଚେନ୍ ଲୁଟେରାଙ୍କ ପାଇଁ ଚାଲିଗଲା ଜୀବନ। ଲୁଟର ଶିକାର ହୋଇଥିବା ମହିଳାଙ୍କ ଓଉଟ ରେ ମୃତ୍ୟୁ । ହତ୍ୟା ମାମଲା ରୁଜୁ କରି ଲୁଟେରାଙ୍କୁ ଖୋଜୁଛି ପୋଲିସ । ଗତ ସୋମବାର ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ବାଇକରେ ଯାଉଥିଲେ ଦମ୍ପତି। ସ୍ୱାମୀ ବାଇକ ଚଲାଉଥିବାବେଳେ ସ୍ତ୍ରୀ ୟୁ.ବିଷ୍ଣୁ  ପଛରେ ବସିଥିଲେ। ହଠାତ୍ ବାଟରେ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ।ମୋଟା ଚେନ କାରଣରୁ ନେଇପାରିନଥିଲେ ଲୁଟେରା। ପୁନର୍ବାର ଲୁଟ୍‌ ପାଇଁ ମହିଳାଙ୍କ ପିଛା କରିଥିଲେ ଲୁଟେରା। ଏଥିସହ  ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲେ। ଫଳରେ ବିଷ୍ଣୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ମହିଳା ଜଣଙ୍କ ଜୋରରେ ଚିତ୍କାର କାରିବାରୁ ଅଧାବାଟରୁ ଖସି ପଳାଇଥିଲେ ଲୁଟେରା଼। ମହିଳାଙ୍କୂ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଦିନ ଧରି ଜୀବନ ସହିତ ସଂଗ୍ରାମ ପରେ ଆଜି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। 

Leave A Reply

Your email address will not be published.

13 − 5 =