ରାଜଧାନୀରେ  ଅପରାଧ କଲେ ଗୋଡ଼ାଇ ଗୋଡ଼ାଇ ଧରିବ ପୋଲିସ 

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜଧାନୀରେ ବଢିଚାଲିଛି ଅପରାଧ, କ୍ରାଇମ କଣ୍ଟ୍ରୋଲ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି କମିଶନରେଟ ପୁଲିସ । ବୁଧବାର ରାତିରେ ପୁଲିସ କମିଶନର ଏସ ଦେବଦତ୍ତ ସିଂଙ୍କ ନେତୃତ୍ୱରେ ରାଜଧାନୀରେ ମକଡ୍ରିଲ ଅନୁଷ୍ଠିତ ହୋଇଛି। ଏକକାଳୀନ ଏକାଧିକ ପିସିଆର ଭ୍ୟାନ ସାର ଭୁବନେଶ୍ୱର ବୁଲି ତଦାରଖ କରିଛନ୍ତି। ପୂର୍ବରୁ କମିଶନରେଟ ପୁଲିସ୍‌ର ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ, ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ତଥା ଖାଲି ଚେକିଂ ଚାଲୁଥିବା ବେଳେ ଏବେ ଆରମ୍ଭ ହୋଇଛି କନଭଏ ପାଟ୍ରୋଲିଂ । ବିଭିନ୍ନ ଥାନା ସହ ସଂଯୋଗ ରଖି ସଙ୍ଗଠିତ ଭାବେ ଆରମ୍ଭ ହୋଇଛି ଏହି ବଡ଼ ଧରଣର ଚେକିଂ। ଏହାଦ୍ୱାରା ରାଜଧାନୀକୁ ଅପରାଧମୁକ୍ତ କରିହେବ ବୋଲି କହିଛି କମିଶନରେଟ ପୁଲିସ୍‌।ଏଥିସହ ରାଜଧାନୀରେ ଅପରାଧକୁ ପ୍ରଶୟ ଦିଆଯିବନି। କି କୌଣସି ଅପରାଧିଙ୍କୁ ହାଲକା ଭାବେ ନିଆଯିବନି। ଯେକୌଣସି ଅପରାଧ କଲେ ଗୋଡ଼ାଇ ଗୋଡ଼ାଇ ବାନ୍ଧିବୁ ବୋଲି କହିଛନ୍ତି ପୁଲିସ୍‌ କମିଶନର।

Leave A Reply

Your email address will not be published.

twelve + 12 =