‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ ସମ୍ପର୍କିତ ସମୀକ୍ଷା ବୈଠକ

ଭୁବନେଶ୍ୱର(ରାଜ୍ୟକାହାଣୀ)ରାଜ୍ୟ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତା ୨୪ତାରିଖରେ ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ମିଳିବ । ଏହି ପରିପ୍ରେକ୍ଷୀରେ ହିତାଧିକାରୀଙ୍କ ଆକାଉଣ୍ଟକୁ କିପରି ଅର୍ଥ ଯିବ, ସେଥିପାଇଁ ପ୍ରସ୍ତୁତି ଓ ସୁବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

 ଏହି ସମୀକ୍ଷା ବୈଠକରେ ପଞ୍ଜିକୃତ ଅଥଚ ବ୍ୟାଙ୍କ ଓ ଆଧାର ସଂଯୋଗୀକରଣଜନିତ ସମସ୍ୟା ଯୋଗୁ ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କ ସମସ୍ୟାକୁ ସମାଧାନ କରିବାକୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଜଣେବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ଅର୍ଥ ପାଇବାକୁ ଯେପରି ବଂଚିତ ନହେବେ ତାହା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଅଦ୍ୟାବଧି ୧କୋଟି ୩ ଲକ୍ଷ ୬୨ ହଜାର ୩୭୭ ସୁଭଦ୍ରା ଆବେଦନ ଗ୍ରହଣ କରାଯାଇଥିବାବେଳେ ପ୍ରଥମ ଓ ୨ୟ ପର୍ଯ୍ୟାୟରେ ପ୍ରାୟ ୬୦ଲକ୍ଷ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ସହାୟତା ରାଶି ପ୍ରଦାନ କରାଯାଇଛି।

Leave A Reply

Your email address will not be published.

18 − seventeen =