ଥାନାରେ କେମିତି ବ୍ୟବହାର କରିବେ ପୋଲିସ ବାବୁ

ଭୁବନେଶ୍ୱର(ରାଜ୍ୟକାହାଣୀ) ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଥାନାରେ ସିସିଟିଭି ଲଗେଇବା ଓ ପ୍ରତିରକ୍ଷା କର୍ମଚାରୀଙ୍କ ସହ ପୁଲିସ୍‌ର ବ୍ୟବହାର ପ୍ରସଙ୍ଗରେ SOP ପ୍ରସ୍ତୁତ ହୋଇଥିବା ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର।ଏସଓପି ଅନୁସାରେ, ସେନା ଅଧିକାରୀ ଥାନାକୁ ଆସିଲେ ଭଲ ବ୍ୟବହାର କରିବେ ଥାନାବାବୁ। ସମସ୍ୟା ଓ ଅଭିଯୋଗକୁ ଶୁଣିବା ସହିତ ସହାୟତା ପ୍ରଦାନ କରିବେ। ଲିଖିତ ଅଭିଯୋଗ କଲେ ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବେ। ମୌଖିକ ଅଭିଯୋଗ କଲେ ମଧ୍ୟ ଏଫଆଇଆର କରିବେ। ଅଭିଯୋଗକାରୀଙ୍କ ହସ୍ତାକ୍ଷର ନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବେ। ଡ୍ୟୁଟିରେ ଥିବା ସେନା ଅଧିକାରୀଙ୍କୁ ଗିରଫ କରିପାରିବନି ପୋଲିସ। ସେନା ଅଧିକାରୀଙ୍କ ଗିରଫ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ବାଧ୍ୟତାମୂଳକ।ଅନ୍ୟପଟେ ହତ୍ୟା, ଦୁଷ୍କର୍ମ ଓ ଅପହରଣ ଭଳି ଅପରାଧ କ୍ଷେତ୍ରରେ ସମ୍ପୃକ୍ତ ପ୍ରତିରକ୍ଷା କର୍ମଚାରୀଙ୍କୁ ଗିରଫ କରିବାକୁ ଅନୁମତିର ଆବଶ୍ୟକତା ନାହିଁ ବୋଲି ଏସ୍‌ଓପିରେ ସ୍ପଷ୍ଟ ହୋଇଛି।

ପ୍ରତିରକ୍ଷା କର୍ମଚାରୀଙ୍କ ବିରୋଧରେ ଆସୁଥିବା ଅଭିଯୋଗ ଉପରେ ପୁଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରିବ ଓ ନିକଟତମ ଷ୍ଟେସନ କମାଣ୍ଡରଙ୍କ ନଜରକୁ ଆଣିବା ସହ ଆଗକୁ କଣ ପଦକ୍ଷେପ ଗ୍ରହଣ କରିବ ସେନେଇ ଅବଗତ କରିବ। ଗିରଫ ପ୍ରତିରକ୍ଷା କର୍ମଚାରୀଙ୍କୁ ହ୍ୟାଣ୍ଡକପ ନପକାଇବା ସହ ମାରପିଟ କିମ୍ବା ଦୁର୍ବ୍ୟବହାର ପ୍ରଦର୍ଶନ ନକରିବାକୁ ଏସଓପିରେ କୁହାଯାଇଛି। 

Leave A Reply

Your email address will not be published.

three + eight =